ଫୁରୁସତବେଶେଷ

ଏଠି ରାବଣଙ୍କୁ ପୂଜା ପରେ ମିଳେ ଶିବଙ୍କ ଦର୍ଶନ

ମନ୍ଦିର ଗଲେ ସମସ୍ତେ ନିର୍ଦ୍ଦିଷ୍ଟ ଜଣେ ଦେବାତା ଅବା ଦେବୀଙ୍କୁ ପୂଜା କରିଥାଆନ୍ତି । ହେଲେ ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ପ୍ରଥମେ ରାବଣଙ୍କୁ ପୂଜା କଲେ ଯାଇ ପରେ ଶିବଙ୍କ ଦର୍ଶନ ମିଳିଥାଏ । ଉଦୟପୁରଠାରୁ ୮୦ କିମି ଦୂରରେ ଅବସ୍ଥିତ ଏକ ପାହାଡ଼ ଉପରେ ରହିଛି ଭଗବାନ ଶିବଙ୍କ ଏକ ବହୁ ପୂରାତନ ମନ୍ଦିର। ପୁରାଣ ଅନୁସାରେ ରାବଣ ଏହି ମନ୍ଦିରର ସ୍ଥାପନା କରିଥିଲେ। ଏହି ସ୍ଥାନରେ ରାବଣ ନିଜ ମୁଣ୍ଡ କାଟି ଅଗ୍ନିକୁଣ୍ଡରେ ଭଗବାନ ଶିବଙ୍କୁ ଅର୍ପିତ କରିଥିଲେ। ସେହି ସମୟରେ ଭଗବାନ ଶିବ ପ୍ରସନ୍ନ ହୋଇ ରାବଣଙ୍କ ନାଭିରେ ଅମୃତ କୁଣ୍ଡ ସ୍ଥାପିତ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଶିବଙ୍କୁ ପୂଜା କରିବା ପୂର୍ବରୁ ରାବଣଙ୍କ ପୂଜା କରାଯାଇଥାଏ। ଏପରି ନ କଲେ ପୂଜା ବ୍ୟର୍ଥ ହୋଇଥାଏ ବୋଲି ମାନ୍ୟତା ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close