ଆଞ୍ଚଲିକ

ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ: ୨୫ ଯାଏ ପ୍ରବଳ ବର୍ଷା

ଭୁବନେଶ୍ବର,୧୯/୮: ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଅଗଷ୍ଟ ୨୨ରୁ ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ୫ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ମହାନଦୀର ଜଳସ୍ତର ପୁଣି ବଢିବ ବୋଲି କୁହାଯାଉଛି। ମହାନଦୀରେ ଜଳସ୍ତର ବଢିଲେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଝାଡଖଣ୍ଡ ସଂଲଗ୍ନ ଅଞ୍ଚଳ ପରେ ବିହାର ଓ ଉତ୍ତରପ୍ରଦେଶ ଉପରେ ରହିବ। ପରବର୍ତ୍ତୀ ସମୟରେ ଏହା ଛତିଶଗଡ ଓ ମଧ୍ୟପ୍ରଦେଶ ଉପରେ ରହିବ। ପରେ ଓଡ଼ିଶା ସମେତ ଉତ୍ତର ବଙ୍ଗୋପସାଗରରେ ବି ରହିବ। ଯାହା ପ୍ରଭାବରେ ୨୧ ଓ ୨୨ ତାରିଖରୁ ବର୍ଷା ବଢିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close