ବିଜ୍ଞାନ

ହୃତପିଣ୍ଡ ସତେଜ ରହିବ ୧୨ ଘଣ୍ଟା

ଲଣ୍ଡନ ବୈଜ୍ଞାନିକମାନେ ଏକ ନୂଆ ପଦ୍ଧତି ବିକାଶ କରିଛନ୍ତି। ଏହାଦ୍ୱାରା ଦାନ ହୃତପିଣ୍ଡ ଏକ ନିବୁଜ ବାକ୍ସ ମଧ୍ୟରେ ଅନୂ୍ୟନ ୧୨ଘଣ୍ଟା ପର୍ଯ୍ୟନ୍ତ ସତେଜ ରଖି ହେବ। ଏ କ୍ଷେତ୍ରରେ ଗବେଷଣା ଜାରି ରହିଲେ ହୃତପିଣ୍ଡ ପ୍ରତିରୋପଣ ପାଇଁ ଅପେକ୍ଷା ତାଲିକାରେ ଥିବା ରୋଗୀମାନେ ଆଶ୍ୱସ୍ତ ହୋଇପାରିବେ। ସ୍ଵିଡେନସିସ୍ଥିତ ଲଣ୍ଡ୍ ୟୁନିଭର୍ସିଟି ଗବେଷକମାନେ ଏକ ନୂଆ ଷ୍ଟୋରେଜ୍ ପଦ୍ଧତି ବିକାଶ କରିଛନ୍ତି। ଏଥିରେ ଥିବା ଏକ କ୍ଷୁଦ୍ରବାକ୍ସ ଦାନ ହୃତପିଣ୍ଡକୁ ପରିବହନ ବେଳେ ଅକ୍ସିଜେନ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯୋଗାଇ ଦେଇପାରିବ। ଏହାଦ୍ୱାରା ଦାନ ହୃତପିଣ୍ଡକୁ ଅନୂ୍ୟନ ୧୨ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ ବୋଲି ଲଣ୍ଡ୍ ୟୁନିଭର୍ସିଟି ଅସ୍ତ୍ର ଚିକିତ୍ସକ ଜୋହାନ୍ ନିଲ୍ସନ୍ ପ୍ରକାଶ କରିଛନ୍ତି। ଲଣ୍ଡ୍ ୟୁନିଭର୍ସିଟିର ବରିଷ୍ଠ ପ୍ରଫେସର ଷ୍ଟିଗ୍ ଷ୍ଟିନ୍ ପୂର୍ବରୁ ଦର୍ଶାଇଥିଲେ ଯେ, ଏହି ପଦ୍ଧତି ଦ୍ୱାରା ପଶୁ ହୃତପିଣ୍ଡକୁ ୨୪ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ। ଏ ପର୍ଯ୍ୟନ୍ତ ଦାନ ହୃତପିଣ୍ଡକୁ ଏକ ଶୀତଳୀକୃତ ବାକ୍ସରେ ରଖାଯାଇ ପ୍ରତିରୋପଣ ପାଇଁ ପରିବହନ କରାଯାଉଥିଲା। ପୁରୁଣା ପଦ୍ଧତି ଅନୁଯାୟୀ, ଦାନ ହୃତପିଣ୍ଡକୁ ୪ଘଣ୍ଟା ମଧ୍ୟରେ ପ୍ରତିରୋପଣ ନ କଲେ ଜଟିଳ ଅବସ୍ଥା ସୃଷ୍ଟି ହୋଇଥାଏ। କିନ୍ତୁ ଏହି ନୂଆ ପଦ୍ଧତି ଦ୍ୱାରା ୟୁରୋପ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବାଞ୍ଚଳ ମଧ୍ୟରେ ହୃତପିଣ୍ଡ ସ୍ଥାନାନ୍ତର ପାଇଁ ଏକ ବର୍ଦ୍ଧିତ ସୁଯୋଗ ସୃଷ୍ଟି ହୋଇଥିବା ନିଲସନ୍ ପ୍ରକାଶ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close