ଆଞ୍ଚଲିକ

ଆଜିଠୁ ଜମ୍ମୁ-କାଶ୍ମୀରରେ ଖୋଲିବ ସରକାରୀ କାର୍ଯ୍ୟାଳୟ

ଶ୍ରୀନଗର,୧୬/: ଆଜିଠୁ ଖୋଲିବ ଜମ୍ମୁ-କାଶ୍ମୀରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ସଚିବାଳୟ। ହେଲେ ଲୋକଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ କେତେ ପରିମାଣରେ କୋହଳ କରାଯିବ ତାହା ଆଜିର ନମାଜ ପାଠ ପରେ ଯାଇ ସ୍ଥିର ହେବା ନେଇ ରାଜଭବନର ପ୍ରବକ୍ତା ସୂଚନା ଦେଇଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲିକ ଗୁରୁବାର ସୁରକ୍ଷା ସ୍ଥିତି ଯାଂଚ କରିବା ପରେ ସରକାରୀ ସଚିବାଳୟ ସମେତ ଅନ୍ୟ କାର୍ଯ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ଏଥିସହ ଆଜିର ନମାଜ ପରେ ସରକାର ସ୍ଥିତି ଉପରେ ନଜର ରଖିବେ। ସେହିପରି ସାଧାରଣ ଲୋକଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ କୋହଳ କରାଯିବା ନେଇ ଚିନ୍ତା କରାଯିବ ବୋଲି ଜଣାପଡିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close