ଆଞ୍ଚଲିକ

ସରକାରୀ କର୍ମଚାରୀ ପାଇଛନ୍ତି କାଳିଆ ଟଙ୍କା!

ଟଙ୍କା ଫେରାଇବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର,୧୭/୯: ବହୁ ଅଯୋଗ୍ୟଙ୍କ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି କାଳିଆ ଯୋଜନା ଟଙ୍କା। ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ହାତେଇଛନ୍ତି। ୧୨ ହଜାର ବଡ଼ଚାଷୀ କାଳିଆ ଟଙ୍କା ପାଇଥିବାବେଳେ ୯ ହଜାର ନାବାଳକ ଓ ନାବାଳିକା ଯୋଜନାରେ ସାମିଲ ହୋଇଛନ୍ତି। ତେବେ ୨୦ ହଜାର ସରକାରୀ ଚାକିରିଆ ଓ ପେନ୍‌ସନଭୋଗୀ କାଳିଆ ଟଙ୍କା ପାଇଥିବା ଜଣାପଡ଼ିଛି। ୩ ଲକ୍ଷ ପରିବାରର ଏକାଧିକ ବ୍ୟକ୍ତିଙ୍କ ନାଁ’ରେ ଏହି ଟଙ୍କା ଜମା ହୋଇଥିବା ସୂଚନା ମିଳିଛି। ଏ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିବାବେଳେ ସରକାରୀ ଚାକିରିଆଙ୍କୁ ଉକ୍ତ ଯୋଜନା ଟଙ୍କା ଫେରାଇଦେବାକୁ ପରାମର୍ଶ ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close