ଆଞ୍ଚଲିକ

ବିଦାୟ ନେବେ ମାଆ: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର,୮/୧୦: ଶାରଦୀୟ ପୂଜାର ଆଜି ହେଉଛି ଅନ୍ତିମ ଦିନ। ଏବେ ବିଦାୟ ନେବେ ମା’। ବାଜା, ବାଣ ଓ ପଟୁଆରରେ ଅନୁଷ୍ଠିତ ହେବ ମାଙ୍କ ଭସାଣ ଉତ୍ସବ। ଏନେଇ ଜୋରଦାର ଚାଲିଛି ପ୍ରସ୍ତୁତି। ସେହିପରି ଭସାଣ ଉତ୍ସବ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କଟକରେ ୫୭ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଏଥିସହ ୩୦୦ ଅଫିସର, ୪ ଜଣ ଅତିରିକ୍ତ ଡିସିପି, ୨ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ, ସାଦା ପୋଷାକଧାରୀ ପୋଲିସ ମଧ୍ୟ ମୁତୟନ ହେବେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମେଢ ଯିବା ରାସ୍ତାରେ ସିସିଟିଭି କ୍ୟାମେରା ଲାଗିବ। ସେହିପରି ଭସାଣ ସମୟରେ ଡିଜେ ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଉପସ୍ଥିତ ରହିବେ। ମୁଖ୍ୟରାସ୍ତାରେ ଦିନ ୧୧ଟାରୁ ଗାଡ଼ି ଚଳାଚଳ ଉପରେ କଟକଣା ରହିବ। ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ତିନିଟି ସ୍ଥାନରେ ଭାସଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ନୟାପଲ୍ଲୀ ପଡ଼ିଆରେ ୨୦ଟି ମେଢ ଏକାଠି ହେବେ। ସେହିଠାରୁ ହିଁ ଭସାଣ ଉତ୍ସବ ଆରମ୍ଭ ହେବ। ସେହିପରି ସହିଦ ନଗର ପଡ଼ିଆ ଓ ଚନ୍ଦ୍ରଶେଖରପୁର ଆର୍‌ଟିଓ ପଡ଼ିଆରେ ବିଭିନ୍ନ ମୂର୍ତ୍ତି ଏକାଠି ହେବା ପରେ ଭସାଣ ଉତ୍ସବ ଆରମ୍ଭ ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close