ସାହିତ୍ୟ

ଗୀତି କବିତା

ଦୁଃଖ ମୋହର ଦରଭୁଲା ଗୀତ
ଉଦାସିନୀ ଏକ ନାରୀ
ଦରଦ ମନର ଗୋପନ ଉଆସେ
ବସେ ଖାଲି ମନ ମାରି…l

ଦିକିଦିକି ଜଳା ସଞ୍ଜଦୀପ ସେ
ତୁଳସୀ ଚଉରା ମୂଳେ
ସଜଳ ନୟନୁ କଜଳ ନିଭାଏ
ନିରବ ଅଶ୍ରୁଜଳେ…l

ମୋ ଶୁଭ ମନାସୀ ତିଳତିଳ ସିଏ
ନିଜକୁ ଦେଇଛି ଜାଳି
ବୟସର ବର ଓହଳରେ ବସି
ନିତନିତି ଖେଳ ଦୋଳି…l

ମୋତେ ଦେଖି ସିଏ ମଥା ପୋତିଦିଏ
ଝିଅ ଭାରି ସୁକୁମାରୀ
ସନ୍ଧ୍ୟା ଆକାଶେ ବନ୍ଧ୍ୟା ବାଦଲ
ସମ ଖେଳେ ଲୁଚକାଳି…l

ରସାରାଜ ନାରାୟଣ ପ୍ରସାଦ ସିଂହ
-ରସାରାଜ ଗୀତିକୁଞ୍ଜ,
ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଭୁବନେଶ୍ୱର

Show More

Related Articles

Leave a Reply

Your email address will not be published. Required fields are marked *

Close
Close