ଧର୍ମ

ସବୁ ଦେବତାଙ୍କୁ ଦିଅନ୍ତୁ ନାହିଁ ଘିଅଦୀପ

ମନ୍ଦିର ଯିବା ହେଉ ଅବା ଘରେ ଠାକୁରଙ୍କୁ ପୂଜା କରିବା ସମୟରେ ଦୀପ ଆଡକୁ ନଜର ଆପଣାଛାଏଁ ଚାଲିଯାଏ। ଭଗବାନଙ୍କୁ ପ୍ରାର୍ଥନା କରିବାବେଳେ ଦୀପ ଜଳାଇବା ପରମ୍ପରା ହିନ୍ଦୁ ଧର୍ମରେ ବହୁ ପୁରାତନ କାଳରୁ ଚାଲିଆସୁଛି। ଭଗବାନଙ୍କ ନିକଟରେ ନିଜର ପ୍ରାର୍ଥନା ଜଣାଇବା ପାଇଁ ଆମେ ଦୀପ ଜଳାଇଥାଉ। ଆମେ ଆମ ନିଜର ସଫଳତା ପାଇଁ, ପରିବାରର ସୁଖ ଶାନ୍ତି ଏବଂ ଅନ୍ୟାନ୍ୟ ସବୁ ଇଛା ପୂରଣ ପାଇଁ ଦୀପ ଜଳାଇ ଭଗବାନଙ୍କୁ ଜଣାଇଥାଉ। ଘରର ସୁଖ ଶାନ୍ତି ବଜାୟ ରଖିବା ପାଇଁ ଏବଂ ଶୁଭାଶୁଭ ଫଳ ପାଇଁ ଦୀପଦାନ ସବୁଠାରୁ ସହଜ ଉପାୟ ବୋଲି ବିଶ୍ୱାସ ରହିଛି। ପ୍ରତିଦିନ ସ୍ନାନ ପରେ ଘରେ ଦୀପ ପ୍ରଜ୍ବଳନ କଲେ ନକାରାତ୍ମକ ଶକ୍ତି ଘରୁ ଦୂରେଇ ଯାଇଥାଏ ବୋଲି ବିଶ୍ଵାସ କରାଯାଇଥାଏ। ପୂଜା ସମୟରେ ଦୀପ ପ୍ରଜ୍ବଳନ କରିବା ହିନ୍ଦୁ ଧର୍ମରେ ଏକ ସାଧାରଣ ପରମ୍ପରା। ଦୀପକୁ ସ୍ବୟଂ ବଗବାନଙ୍କ ସହ ତୁଲନା କରାଯାଇଛି। ତେବେ ଏହା କାହିଁକି ଜାଣିବା :
ଦୀପ ପ୍ରଜ୍ବଳନ ଦ୍ୱାରା ଘରର ପରିବେଶ ଶୁଦ୍ଧ ହୋଇଥାଏ। ଘରେ ଏକ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ। ଦୀପର ବ୍ୟବହାର ଅନେକ ପ୍ରକାରର ହୋଇଥାଏ। ଯେପରିକି ଦୀପରେ ଘିଅ, ବିଭିନ୍ନ ତେଲ ଆଦି ଦିଆଯାଇ ପ୍ରଜ୍ବଳନ କରାଯାଇଥାଏ। ତେବେ ଏହାର ମହତ୍ୱ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ରହିଛି। ତେବେ ଘିଅ ଦୀପ ସବୁଠାରୁ ଶୁଦ୍ଧ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଘରେ ହେଉ ବା ମନ୍ଦିରରେ ସବୁଠି ଘିଅ ଦୀପ ଉପଲବ୍ଧ ଥାଏ।
ଘିଅ ଦୀପ ଛଡା ତେଲ ଦୀପର ମଧ୍ୟ ମହତ୍ୱ ରହିଛି। ତେଵେ ଭଗବାନଙ୍କୁ ସ୍ମରଣ ପାଇଁ ସବୁ ଦୀପ ସମାନ ତଥାପି କେଉଁ ଭଗବାନଙ୍କୁ କେଉଁ ଦୀପ ଦିଆଯାଇଥାଏ ଆସନ୍ତୁ ଜାଣିବା :
ଘିଅ ଦୀପ : ଘିଅ ଦୀପ ସାଧାରଣତଃ ଗ୍ରାମ ଦେବତା, ତ୍ରିମୁର୍ତ୍ତି, ଲକ୍ଷ୍ମୀ, ଗଣେଶ, କୁବେର ମହାରାଜ, କୁଳଦେବତାଙ୍କୁ ଦିଆଯାଇଥାଏ।
ରାଶି ତେଲ ଦୀପ : ରାଶି ତେଲ ଦୀପ ସାଧାରଣତଃ ଶନି ମହାରାଜ ଏବଂ ନାରାୟଣଙ୍କୁ ଦିଆଯାଇଥାଏ। ଏହାଛଡା ଘରୁ ନକାରାତ୍ମକ ଶକ୍ତି ଦୂର କରିବା ଏବଂ ଜୀବନରୁ ଖରାପ ପ୍ରଭାବକୁ ନଷ୍ଟ କରିବା ପାଇଁ ମଧ୍ୟ ରାଶି ତେଲ ଦୀପ ଦିଆଯାଇଥାଏ। ରାଶି ତେଲର ଦୀପ ଘରେ ଜଳାଇଲେ ସାପ, ବିଛା ଆଦି କୀଟ ଘର ଭିତରକୁ ପ୍ରବେଶ କରିନଥାନ୍ତି।
ସୋରିଷ ତେଲ ଦୀପ : ଶନିଙ୍କ ପାଖରେ ସୋରିଷ ତେଲ ଦୀପ ମଧ୍ୟ ଦିଆଯାଇଥାଏ। ଶନି ଦୋଷ ଦୂର କରିବା ପାଇଁ ସୋରିଷ ତେଲ ଦାନ ମଧ୍ୟ କରାଯାଇଥାଏ।
ଜସ୍ମିନ ଦୀପ : ମଲ୍ଲୀଫୁଲରୁ ତିଆରି ଦୀପ ମହାଲକ୍ଷ୍ମୀ ଏବଂ କୁବେର ମହାରାଜଙ୍କୁ ଦେଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
ନଡ଼ିଆ ତେଲ ଦୀପ : ଭଗବାନ ଗଣେଶଙ୍କୁ ନଡ଼ିଆ ତେଲ ଦୀପ ଦେଲେ ଅତ୍ୟନ୍ତ ଶୁଭ ହୋଇଥାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close