ଆଞ୍ଚଲିକ

ବହୁଚର୍ଚ୍ଚିତ ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲା: କ୍ରାଇମବ୍ରାଞ୍ଚକୁ ରିପୋର୍ଟ ମାଗିଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୧/୯: ବହୁଚର୍ଚ୍ଚିତ ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲା। ଏହି ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚକୁ ନୋଟିସ୍ ଜାରି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ। ଆସନ୍ତା ୧୭ତାରିଖ ସୁଦ୍ଧା ଘଙ୍ଗାପାଟଣା ଜମି ଦୁର୍ନୀତି ଉପରେ କ୍ରାଇମବ୍ରାଞ୍ଚ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଶୁଣାଣି ଆସନ୍ତା ୨୧ତାରିଖରେ କରାଯିବ। ବହୁ ରାଜନେତା ଓ ଅଫିସର ଘଙ୍ଗାପାଟଣାରେ ସରକାରୀ ଜମିକୁ ଜବରଦଖଲରେ ରଖିଥିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ୨୦୧୪ରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୂଚନାଯୋଗ୍ୟ, ସୂଚନାକର୍ମୀ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ଉପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି। ଏଥିସହ ସୂଚନା ଅଧିକାର ଆଇନ ବଳରେ ଘଙ୍ଗାପାଟଣା ଜମି ବିବାଦ ତଥ୍ୟ ପାଇବାରେ ବିଫଳ ହେବାପରେ ପ୍ରଦୀପ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଗତ ୫ବର୍ଷ ଧରି ଘଙ୍ଗାପାଟଣା ଜମି ସମ୍ପର୍କିତ ସମସ୍ତ ଦସ୍ତାବିଜକୁ କ୍ରାଇମବ୍ରାଞ୍ଚ ଜବତ କରି ରଖିଥିଲା। ଫଳରେ ଏହାକୁ ଫେରସ୍ତ ନକରିବାରୁ ସୂଚନା ଅଧିକାର ଆଇନ ବଦଳରେ ଏହି ତଥ୍ୟ ଦେବାକୁ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟ ବିଫଳ ହୋଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close