ଅପରାଧଆଞ୍ଚଲିକ

ପୁରୀରେ ଲଜ୍ୟା: ପୋଲିସ ପରିଚୟ ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର,୨/୧୨: ପୁଣି ପୁରୀରେ ଲଜ୍ଜା। ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ତେବେ ଯୁବତୀ ଜଣକୁ ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରାଯାଇଛି। ତେବେ ଏନେଇ ପୁରୀ କୁମ୍ଭାରପଡ଼ା ଥାନାରେ ଏକ ଏତଲା ମଧ୍ୟ ରୁଜୁ ହୋଇଛି। ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ସାମିଲ ଥିବା ଅଭିଯୋଗ କରଛନ୍ତି ଯୁବତୀ। ସେ ହେଉଛନ୍ତି ଯେଣେ କନେଷ୍ଟବଳ। ତେବେ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଛି। ଯୁବତୀଙ୍କର ବୟାନ ରେକର୍ଡ କରାଯାଇଛି। ସୂଚନା ଅନୁସାରେ, ଯୁବତୀ ଜଣକ ନିମାପଡା ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ୪ ଜଣ ଲୋକ ପୋଲିସ କର୍ମଚାରୀ ନିଜର ଆଇ କାର୍ଡ ଦେଖାଇ ଯୁବତୀଙ୍କୁ କାର୍‌ରେ ଲିଫ୍ଟ ଦେଇଥିଲେ। ପୁରୀର ଏକ ସରକାରୀ କ୍ୱାଟର୍ସରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close