ଆଞ୍ଚଲିକ

ଦୁର୍ଘଟଣାରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ସହ ୪ ମୃତ

ନୟାଗଡ,୧୧/୧: ନୟାଗଡ଼ ଜିଲ୍ଲା କରଡ଼ା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ସହ ମୋଟ ୪ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ନନ୍ଦିଘର ନେଳିଆ ସାହିର ରାଇସ ମିଲ ମାଲିକ ଚିରଞ୍ଜିବୀ ସାହୁ(୪୦) ଶୁକ୍ରବାର ସପରିବାର ଭୁବନେଶ୍ୱର ଯାଇଥିବାବେଳେ ବିଳମ୍ବିତ ରାତିରେ ଫେରୁଥିଲେ। ଏହି ସମୟରେ ତାଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚିରଞ୍ଜିବୀଙ୍କ ସମେତ ପତ୍ନୀ ମଧୁସ୍ମିତା ସାହୁ( ୩୫), ପୁଅ ଆଦିତ୍ୟ କୁମାର ସାହୁ(୧୧) ଏବଂ ଡ୍ରାଇଭର ସନ୍ତୋଷ ନାୟକଙ୍କ ମୃତ୍ୟୁ ଘଟିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି। ଏହାକୁ ନେଇ ସାରା ଜିଲ୍ଲାରେ ଶୋକ ପ୍ରକାଶ ପାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close