ରାଜନିତୀ

ପ୍ରତିଷ୍ଠା ଦିବସରେ ବିଜେଡିରେ ଯୋଗ ଦେବେ ୫ ହେଭିୱେଟ ନେତା…!

ଭୁବନେଶ୍ୱର,୫/୧୨: ଡିସେମ୍ବର ୨୬ରେ ବିଜେଡି ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହି ଦିନ ଦଳରେ ରାଜ୍ୟର ୫ ହେଭିୱେଟ ନେତା ଯୋଗ ହେବ ନେଇ ସୂଚନା ମିଳିଛି। ଏମିତିକି ଉକ୍ତ ନେତାମାନଙ୍କୁ ଦଳରେ ସାମିଲ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଥିବା ଚର୍ଚ୍ଚା ହେଉଛି। ଦଳର ପାୱାର ହାଉସ ବୋଲାଉଥିବା ତୃତୀୟ ମହଲା ମଧ୍ୟ ଏହାକୁ ଗ୍ରୀନ ସିଗନାଲ ଦେଇଥିବା ଜଣାପଡ଼ିଛି। ତେବେ ଉକ୍ତ ୫ ନେତାଙ୍କ ମଧ୍ୟରେ ଆଗରେ ରହିଛନ୍ତି ସଦ୍ୟ ପଦ୍ମ ଛାଡିଥିବା ଦିଲୀପ ରାୟ ଏବଂ ବିଜୟ ମହାପାତ୍ର। ଦିଲୀପ ଦଳରେ ସାମିଲ ହେବା ପରେ ତାଙ୍କୁ ରାଜ୍ୟସଭା ପଠାଯିବା ନେଇ ଯୋଜନା କରାଯାଇଥିବା ଆଲୋଚନା ଜୋର ଧରିଛି। ଅପରପକ୍ଷରେ କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତଙ୍କୁ ମାତ ଦେବା ପାଇଁ ବିଜୟ ମହାପାତ୍ରଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଏମାନଙ୍କ ବ୍ୟତୀତ ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା, କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଓ ଝାରସୁଗୁଡା ବିଧାୟକ ନବ ଦାସ ମଧ୍ୟ ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗଦେବେ। ତେବେ କଂଗ୍ରେସର ଏହି ୩ ବିଧାୟକ ବିଜେଡି ଟିକେଟରେ ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ସୂଚନା ମିଳିଛି। ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ବିଭିନ୍ନ ଦଳ ଭିନ୍ନ ଭିନ୍ନ ରଣକୌଶଳ ଆପଣାଉଛନ୍ତି। ତେବେ ଏହି କ୍ଷେତ୍ରରେ ଶାସକ ବିଜେଡି କଂଗ୍ରେସ ଏବଂ ବିଜେପିଠାରୁ ଦୁଇପାଦ ଆଗରେ ଥିବା ଚର୍ଚ୍ଚା ହେଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close