ଦେଶ ବିଦେଶବାଣିଜ୍ୟ

ଆଜି ଜେଟ୍‌ ଏୟାରୱେଜ୍‌ର ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧୫/୪: ଜେଟ୍‌ ଏୟାରୱେଜ୍‌ର ଭବିଷ୍ୟତ ସୋମବାର ନିର୍ଦ୍ଧାରିତ ହେବ। ଆଗକୁ ଏହା ଆଉ ଆକାଶରେ ଉଡିବ କି ନାହିଁ ତାହା ଧାର୍ଯ୍ୟ ହେବ। ଜେଟ୍‌ ଏୟାରୱେଜ୍‌ ପାଖରେ ଆଉ ୭ଟି ବିମାନ ରହିଥିବାବେଳେ ଏବେ ତାହା କଷ୍ଟେମଷ୍ଟେ ଉଡ଼ୁଛି। ତେବେ ଆଜି ଜେଟ୍‌କୁ ୧୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ଏକ ବୈଠକରେ ବିଚାର କରିବେ। ପାଣ୍ଠି ଦେବାକୁ ଯଦି ବ୍ୟାଙ୍କଗୁଡ଼ିକ ମନା କରିଦେବେ କିମ୍ବା ବିଳମ୍ବରେ ପାଣ୍ଠି ଦେବେ ବୋଲି କହିବେ, ତେବେ ଜେଟ୍‌ର ସବୁ ବିମାନ ଠିଆ ହେବ। ଏଥିସହ ଆଜି କମ୍ପାନୀର ପାଇଲଟ୍‌ମାନେ ମଧ୍ୟ ମୁମ୍ବାଇରେ ଥିବା ଜେଟ୍‌ ଏୟାରୱେଜ୍‌ର ମୁଖ୍ୟ କାର୍ଯ୍ୟାଳୟରେ ଏକତ୍ର ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ସୂଚନାଯୋଗ୍ୟ, ଜେଟ୍‌କୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ୨୬ଟି ବ୍ୟାଙ୍କ ୮୦୦୦ କୋଟି ଟଙ୍କାର ଋଣ ଦେଇଥିଲେ। କମ୍ପାନୀ ଋଣ ଶୁଝିବାରେ ବିଫଳ ହେବା ପରେ ଏହାର ମାଲିକାନାସତ୍ତ୍ଵ ବ୍ୟାଙ୍କଗୁଡ଼ିକ ହାତକୁ ଚାଲିଆସିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close