ଫୁରୁସତ

ମରୁଡ଼ି ଦୂରକରିବା ପାଇଁ ରାତିରେ ହଳ କରନ୍ତି ମହିଳା!


କାନପୁର: ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ହେଲେ ଉତ୍ତରପ୍ରଦେଶ କାନପୁରରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଇନ୍ଦ୍ରବେଦଙ୍କୁ ଖୁସି କରିବା ପାଇଁ ସେଠାକାର ମହିଳାମାନେ ରାତିରେ ହଳ କରିଥାନ୍ତି। ଏହି ପରମ୍ପରା ସେଠାରେ ବହୁ ପୁରାତନ କାଳରୁ ରହିଆସିଛି। ବର୍ଷାର ଅଭାବ ହେଲେ ମହିଳାମାନେ ଏଭଳି କରିଥାନ୍ତି ବୋଲି ସେଠାକାର ଲୋକେ କୁହନ୍ତି। ଏହା କରିବା ଫଳରେ ଇନ୍ଦ୍ରଦେବ ସନ୍ତୁଷ୍ଟ ହୋଇ ବର୍ଷା କରାଇଥାନ୍ତି। ତେବେ ଉକ୍ତ ଅଞ୍ଚଳରେ ପ୍ରାୟ ସମୟରେ ମରୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥାଏ। ତେଣୁ ମରୁଡି ଦୂର କରିବା ପାଇଁ ଏଭଳି ପରମ୍ପରା ପାଳନ କରିଥାନ୍ତି ମହିଳାମାନେ। ହଳ କରିବା ସହ ଭକ୍ତି ସଙ୍ଗୀତ ଗାନ ମଧ୍ୟ କରିଥାନ୍ତି। ତେବେ ମହିଳାମାନେ ରାତିରେ ମୁଣ୍ଡରେ ଓଢ଼ଣା ନଦେଇ ହଳ କରିଥାନ୍ତି। ଏହା କରିବା ଦ୍ୱାରା ବର୍ଷା ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close