ଆଞ୍ଚଲିକ

ଥମୁନି ଚାଷୀ ଆତ୍ମହତ୍ୟା: ଋଣ ଭାର ନେଲା ଆଉ ଜଣେ ଚାଷୀଙ୍କ ଜୀବନ

ସୋର,୧୦/୧୨: ଋଣ ଭାର ସହି ନପାରି ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋର ପାଖର ପଞ୍ଚାୟତ ବଳରାମପୁର ଗାଁ’ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ବଳରାମପୁର ଗାଁ’ର ଜଣେ ଚାଷୀ ଘର ପଛପଟ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟାଙ୍କରେ ୧୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଋଣ କରିଥିବାରୁ ସେ ମାନସିକ ଚାପଗ୍ରସ୍ତ ଥିଲେ। ତେଣୁ ଋଣ ଭାର ସହି ନପାରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ସରକାର ଗୋଟିଏ ପଟେ ଚାଷୀ ଆତ୍ମହତ୍ୟାର କାରଣ ଋଣ ଭାର ନୁହେଁ ବୋଲି କହୁଥିବାବେଳେ ରାଜ୍ୟରେ ଏଭଳି ଘଟଣା ବାରମ୍ବାର ସାମନାକୁ ଆସୁଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close