ଦେଶ ବିଦେଶଫୁରୁସତ

ଫେସ୍‌ ଆପ୍‌କୁ ସାବଧାନ !

ନୂଆଦିଲ୍ଲୀ,୧୯/୭: ଫେସ୍‌ ଆପ୍‌ ଏବେ ଫେସବୁକ୍‌ ସାରା ଛାଇରହିଥିବାବେଳେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ଏହି ଆପ୍‌ ଫଟୋ ବ୍ୟତୀତ ବହୁ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରୁଥିବାରୁ, ଏହା ତଥ୍ୟର ଅପବ୍ୟବହାର କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଆମେରିକାର ସିନେଟରମାନେ ପ୍ରଶ୍ନ ଉଠାଇବା ସହ ତଥ୍ୟର ଅପବ୍ୟବହାର ନେଇ ଏଫ୍‌ବିଆଇ ତଦନ୍ତ ଦାବି କରିଛନ୍ତି। ସୂଚନାନୁଯାୟୀ, ଏଥିରେ ଆପଣ ଅପ୍‌ଲୋଡ୍‌ କରିଥିବା ଫଟୋଟି ଫେସ୍‌ଆପ୍‌ର ସର୍ଭରରେ ସେଭ୍‌ ହୋଇଯାଉଛି। ତେବେ ଆପଣଙ୍କ ଫୋନ୍‌ରେ ଥିବା ସମସ୍ତ ଫଟୋ ଏଥିରେ ସେଭ୍‌ ହୋଇଯାଉଥିବା ଚର୍ଚ୍ଚା ହେଉଥିବାବେଳେ ଏହାର ପ୍ରମାଣ ମିଳିପାରିନାହିଁ। ଅନ୍ୟପକ୍ଷରେ ଏଥିରେ ଥିବା ଟର୍ମସ ଆଣ୍ଡ କଣ୍ଡିସନସକୁ ଯାଞ୍ଚ ନକରି ଡାଉନ୍‌ଲୋଡ୍‌ ସମୟରେ ହିଁ ଏହାକୁ ଆପଣ ଆପ୍ରୁଭ୍‌ କରିଦେଇଥା’ନ୍ତି। କିନ୍ତୁ ଆପଣ ବ୍ୟବହାର କରୁଥିବା ପ୍ରତିଟି ଫଟୋ ପାଇଁ ଆପଣ ଫେସ୍‌ଆପ୍‌କୁ ‘ଚିରସ୍ଥାୟୀ, ଅପରିବର୍ତ୍ତନୀୟ, ରୟାଲଟି ଫ୍ରି, ବିଶ୍ୱସ୍ତରୀୟ, ଟ୍ରାନ୍ସଫରେବଲ ସବ୍‌-ଲାଇସେନ୍ସେବଲ୍‌ ଲାଇସେନ୍ସ’ ଦେଇଥିବା ନେଇ ଏହାର ଏକ କ୍ଲଜ୍‌ରେ ଉଲ୍ଲେଖ ରହିଛି। ତେବେ ଫେସ୍‌ ଆପ୍‌ ପକ୍ଷରୁ ଏ ନେଇ ସଫେଇ ଦିଆଯାଇଛି। ଏଥିରେ ବ୍ୟକ୍ତିଗତ ତଥ୍ୟ ଅପବ୍ୟବହାର ହେବାର ସମ୍ଭାବନା ନଥିବା ଫେସ୍‌ ଆପ୍‌ କହିଛି। ସୂଚନାଯୋଗ୍ୟ, ଭବିଷ୍ୟତରେ ଜଣେ କିପରି ଦିଶିବ ତାହା ଫେସ୍‌ ଆପ୍‌ ଦେଖାଇଥାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close