ଅପରାଧଆଞ୍ଚଲିକ

ସମ୍ବଲପୁର ପୋଲିସର ଏନକାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଆହତ

ଭୁବନେଶ୍ୱର,୪ା୧୦: ସମ୍ବଲପୁର ପୋଲିସ ସହ ଦୁର୍ଦାନ୍ତ ଅପରାଧି ଅମିତ ବିହାରୀ ଓରଫ ଅମିତ ସାହୁର ଗୁଲି ବିନିମୟ ହୋଇଛି। ଅମିତ ଗୁରୁତର ଅବସ୍ଥାରେ ବୁର୍ଲାରେ ଚିକିତ୍ସିତ ହେଉଛି। ଶୁକ୍ରବାର ସକାଳେ କ୍ଷେତରାଜପୁରର ଜଣେ ଯୁବକୁ ଅପହରଣ କରି ନେଇ 60 ହଜାର ଟଙ୍କା ଫୋନରେ ଦାବି କରୁଥିବା ନେଇ ଅପହୃତ ଯୁବକର ମାଆ କ୍ଷେତରାଜପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ କ୍ଷେତରାଜପୁର ପୋଲିସ ଏବଂ ସ୍ବତନ୍ତ ସ୍କାର୍ଡ ଅଭିଯୁକ୍ତର ଫୋନ ଟ୍ରାପ କରି ଦୁର୍ଗାଆପାଲି ଗୁଡେଶ୍ବର ବାବା ମନ୍ଦିର ନିକଟରେ ଅମିତ ରହିଥିବା ଜାଣିବାକୁ ପାଇଥିଲେ। ଚଢାଉ ସମୟରେ ଅମିତ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଲି ଚାଳନା କରିଥିଲା। ତେବେ ପୋଲିସର ପାଲଟା ଗୁଳି ଚାଳନାରେ ଅମିତର ଆଣ୍ଠୁରେ ଗୁଳି ବାଜିଛି। ତେବେ ପୋଲିସ ଅପହୃତ ଯୁବକକୁ ଉଦ୍ଧାର କରିବା ସହ ଅପହରଣକାରୀ ଅମିତକୁ ଗିରଫ କରିବାରେ ସଫଳ ହୋଇଥିଲା। ପୋଲିସ ଅମିତ ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି ଜବତ କରିଛି। ଗୁରୁତର ଅବସ୍ଥାରେ ଅମିତକୁ ବୁର୍ଲା ମେଡିକାଳରେ ଚିକିତ୍ସା କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close