ଅପରାଧଆଞ୍ଚଲିକ

ରାଜଧାନୀରେ ପୁଣି ଗର୍ଜିଲା ପୋଲିସ ବନ୍ଧୁକ: ୨ ଆହତ

ଭୁବନେଶ୍ୱର,୪/୮: ରାଜଧାନୀରେ ପୁଣି ଗର୍ଜିଛି ପୋଲିସ ବନ୍ଧୁକ। ଭୁବନେଶ୍ୱରସ୍ଥିତ ବଡ଼ଗଡ଼ ଚିଲିପୋଖରୀ ଅଞ୍ଚଳରେ ଅପରାଧୀଙ୍କ ଏନ୍‌କାଉଣ୍ଟର କରିଛି କମିଶନରେଟ୍‌ ପୋଲିସ। ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ସିପୁନ କବି ଓ ହରେକୃଷ୍ଣ ସ୍ୱାଇଁ। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବାବେଳେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରାଧୀଙ୍କ ନିକଟରୁ ଗୋଟିଏ ମାଉଜର, ଗୋଟିଏ ଖେଳନା ବନ୍ଧୁକ, ବାଇକ୍‌ ଓ ଟଙ୍କା ଜବତ କରାଯାଇଛି। ତେବେ ଉକ୍ତ ଅପରାଧୀଦ୍ବୟ ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୁଣାଜଗନ୍ନାଥ ସଡ଼କ ଟଙ୍କପାଣି ସେତୁ ନିକଟରେ କମିଶନରେଟ୍ ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇଥିବା ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକଙ୍କ ସହଯୋଗୀ ଥିଲେ ବୋଲି ଜଣାପଡ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close