ଅପରାଧଆଞ୍ଚଲିକ

ଶିଉଡିରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଗୁରୁତର

ରାଉରକେଲା,୨୫/୭: ପୁଣି ଗର୍ଜିଛି ରାଜ୍ୟ ପୋଲିସର ବନ୍ଧୁକ। ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ଶିଉଡି ନିକଟରେ ବୁଧବାର ରାତିରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝୀ ଗୁରୁତର ହୋଇଛି। ଜଙ୍ଘରେ ଗୁଳି ବାଜିଥିବାବେଳେ ସୁନୀଲକୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୁନୀଲ ନାଁ’ରେ ହତ୍ୟା, ଡକାୟତି ଭଳି ୧୫ଟି ସଙ୍ଗୀନ ମାମଲା ଜିଲ୍ଲାର ବିଭିନ୍ନ ଥାନାରେ ରହିଥିବା ପୋଲିସ ସୂଚନା ଦେଇଛି। ସୁନୀଲଠାରୁ ଗୋଟିଏ ପିସ୍ତଲ  ଜବତ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close