ଅପରାଧଆଞ୍ଚଲିକ

କୁଜଙ୍ଗ ଓ ଆସିକାରେ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଗୁରୁତର

ପାରାଦୀପ,ଆସିକା,୫/୮: ପାରାଦୀପର କୁଜଙ୍ଗ ଏବଂ ଗଞ୍ଜାମର ଆସିକାରେ ପୋଲିସ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ କୁଜଙ୍ଗରେ ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମ ପାଳ ଓରଫ ଡନ୍ ଓ ଆସିକାରେ ଗୁରୁ ପ୍ରସାଦ ସ୍ବାଇଁ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କୁଜଙ୍ଗ ପୋଲିସ ଗୁଳିରେ ଡନର ଗୋଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ବିଳମ୍ବିତ ରାତିରେ ବାଲିତୁଠ-କଙ୍କରଡିଆ ରାସ୍ତାରେ ରାହାଜାନି କରୁଥିବା ସମୟରେ ଏନକାଉଣ୍ଟର କରାଯାଇଛି। ପୂର୍ବରୁ ଡନ୍ ନାଁ’ରେ ବିଭିନ୍ନ ଥାନାରେ ୪୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। ସେହିଭଳି ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ପ୍ରସାଦ ସ୍ବାଇଁ ଗୁରୁତର ହୋଇଛି। ତା’ର ବାମ ଗୋଡରେ ଗୁଳି ବାଜିଥିବାବେଳେ ତାକୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ତା’ ନିକଟରୁ ଗୋଟିଏ  ମାଉଜର୍, ଦୁଇଟି ଗୁଳି, ଗୋଟିଏ ବାଇକ୍ ଜବତ କରାଯାଇଛି। ଏନକାଉଣ୍ଟରବେଳେ ଘଟଣାସ୍ଥଳରୁ ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଛି। ତେବେ ଏହି ଗୁଳି ବିନିମୟ ସମୟରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଗୁରୁ ନାଁ’ରେ ବଡଗଡ ଗାଙ୍ଗପୁର ସନ୍ୟାସୀ ବିଷୋୟୀ ହତ୍ୟାକାଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଥାନାରେ ୧୩ଟି ଅପରାଧିକ ମାମଲା ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close