ସାହିତ୍ୟ

ଏମିତି କେ’ ଅଛି

ଜୀବନରେ କିଏ ହସିଅଛି କୁହ
ଲୁହରେ ନ ଭରି ଆଖି
ଏମିତିକେ’ ଅଛି ଉଆସ ନ ଦେଖି
ପୁନେଇଁ ପାରିଛି ଦେଖି…।

ଗୋଟାସାର କ’ଣ ମଣିଷ ପଣିଆ
ସବୁ ମଣିଷଠି ଅଛି
ମଣିଷ ପଣିଆ ନେଇ ଚାଲିବାଟା
ସହଜ ନୁହଁଇ କିଛି
ଅମଣିଷ ଟିକେ ହେଲେ କିଏ କେବେ
ଦୁନିଆ ଦେଖାଏ ଡାକି
ଜୀବନରେ କିଏ ହସି ଅଛି କୁହ
ଲୁହରେ ନଭରି ଆଖି…।

ଏମିତି କିଏ ସେ ମଣିଷଟେ ଅଛି
ପାପ ଜମା କରି ନାହିଁ
ପାପ ସେ ନ କରି ପୁଣ୍ୟର ପଥେ
ଆପେ କି ପାରିଛି ଯାଇ
ପବିତ୍ର ପାପକୁ ଏ ଦୁନିଆ କିଆଁ
କଳଙ୍କରେ ଦିଏ ମାଖି
ଜୀବନରେ କିଏ ହସି ଅଛି କୁହ
ଲୁହରେ ନ ଭରି ଆଖି…।

ମନୋଜ ମହାନ୍ତି
-ଯୁଗ୍ମ ଶାସନ ସଚିବ,
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା

Show More

Related Articles

Leave a Reply

Your email address will not be published. Required fields are marked *

Close
Close