ଆଞ୍ଚଲିକ

କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ: ୨ ମୃତ, ଭାଙ୍ଗିଲେ ୫୦ ଘର

ମୟୂରଭଞ୍ଜ,୧୮/୮: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ଆତଙ୍କ ରଚିଛନ୍ତି ହାତୀପଲ। ଯଶିପୁର ବ୍ଲକ ସିରମଣିପୁର ଗାଁ’ରେ ଘରଦ୍ବାର ଭଙ୍ଗାରୁଜା କରିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ପ୍ରାୟ ୧ମାସ ହେବ ଗାଁ’ ନିକଟରେ ଘୁରି ବୁଲୁଛନ୍ତି ୨୨ଟିକିଆ ଝାଡ଼ଖଣ୍ଡୀ ହାତୀପଲ। ବିଶେଷ କରି ରରୁଆଁ, ସୁକ୍ରୁଳି, ଯଶିପୁର ଅଞ୍ଚଳରେ ହାତୀ ଉତ୍ପାତ ମଚାଇଛନ୍ତି। ହାତୀପଲ ୨ଜଣଙ୍କୁ ମାରିଥିବାବେଳେ ୫୦ରୁ ଅଧିକ ଘର ଭାଙ୍ଗିଥିବା ଜଣାପଡ଼ିଛି। ହାତୀଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସମସ୍ତ ଉଦ୍ୟମ ବିଫଳ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close