ଅପରାଧଦେଶ ବିଦେଶ

ଏଲଇଟିର ୮ ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୦/୯: ଜମ୍ମୁ-କଶ୍ମୀରର ବାରାମୁଳାରେ ଲସ୍କର-ଇ-ତୋଏବା(ଏଲଇଟି)ର ୮ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୋପର ଇଲାକାରେ ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଚଢ଼ଉ ସମୟରେ ଉକ୍ତ ଆତଙ୍କବାଦୀମାନଙ୍କୁ କାବୁ କରାଯାଇଛି। ଏଥିସହ ଏଲଇଟିର ଏକ ବଡ଼ ନେଟୱର୍କକୁ ଧ୍ବଂସ୍ତ କରାଯାଇଛି। ବାରାମୁଳାରେ ଆତଙ୍କବାଦୀମାନେ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ ସେନା ଏବଂ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଗିରଫ ଆତଙ୍କବାଦୀଙ୍କୁ ଏବେ ପଚରାଉଚରା କରାଯାଉଛି। ସୂଚନାନୁଯାୟୀ, ଗିରଫ ଆତଙ୍କୀମାନେ ବାରାମୁଳାରେ ଦୋକାନ ବଜାର ବନ୍ଦ ରଖିବାକୁ ଧମକ ଦେବା ସହ ଧମକପୂର୍ଣ୍ଣ ପୋଷ୍ଟର ଲଗାଉଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close