ଆଞ୍ଚଲିକରାଜନିତୀ

ପ୍ରଚାରବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଅଣ୍ଡାମାଡ଼

ବଲାଙ୍ଗିର,୧୬/୪: ବଲାଙ୍ଗିରରେ ରୋଡ୍‌ ଶୋ’ ସାରି ବରଗଡ଼ ଅଭିମୁଖେ ଯାଉଥିବାବେଳେ ଲୋଇସିଂଘା ନିର୍ବାଚନମଣ୍ଡଳୀର ସାଲେଭଟାଠାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡା ମାଡ଼ ହୋଇଛି। ଅଣ୍ଡା ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ଗାଡ଼ିରେ ବାଜିବା ନେଇ କିଛି ସ୍ପଷ୍ଟ ହୋଇନାହିଁ। ହେଲେ ବସ୍‌ ପଛରେ ଯାଉଥିବା ଗାଡ଼ିରେ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ଓ ତାଙ୍କ ସମର୍ଥକଙ୍କୁ ପୋଲିସ ଅଟକ ରଖିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଲାଠି ଚାର୍ଜ କରି ଫ୍ଲାଗମାର୍ଚ୍ଚ କରିଛି। ସୂଚନାଯୋଗ୍ୟ, ସାଲେଭଟାଠାରେ ରୋଡ଼୍‌ ଶୋ’ ନକରିବାକୁ ବାଳଗୋପାଳ ମିଶ୍ର ଚେତାବନୀ ଦେଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close