ଜୀବନଚର୍ଯ୍ୟା

ଖାଇବା ପରେ ମିଠା ଖାଇଲେ କମେ ଏସିଡିଟି

ଖାଇବା ପରେ ଅଧିକାଂଶ ଲୋକ ମିଠା ଖାଇବାର ଦେଖାଯାଏ । କୁହାଯାଏ ଏହା ସେମାନଙ୍କର ଅଭ୍ୟାସ ବୋଲି । କିନ୍ତୁ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ସ୍ପାଇସି ଖାଦ୍ୟ ଖାଇଲେ ସାଧାରଣତଃ ପାଚକ ରସ ଓ ଏସିଡ୍ ବହୁ ପରୀମାଣରେ କ୍ଷରଣ ହୋଇଥାଏ । ମିଠାରେ କାର୍ବୋହାଇଡ୍ରେସ୍ର ମାତ୍ରା ଅଧିକ ରହିଛି । ଖାଇବା ପରେ ଏହାକୁ ଖାଇଲେ ଏହା ପାଚକ ରସ କ୍ଷରଣକୁ କମାଇ ଦେଇଥାଏ । 


-ଏହା ସହ ମିଠା ଖାଇଲେ ଶରରରୁ ଏସିଡ୍ ଅଂଶ ମଧ୍ୟ କମ୍ ହୋଇଥାଏ । 


-ମିଠା ଖାଇଲେ ଖୁସି ଲାଗିଥାଏ । ତେଣୁ ଖାଇବା ପରେ ମିଠା ଖାଇଲେ ମନ ହାଲକା ହେବା ସହ ଖାଦ୍ୟ ହଜମରେ ଅସୁବିଧା ସୃଷ୍ଟି ହୋଇ ନ ଥାଏ ।


-ଚିନିରେ ତିଆରି ମିଠା ସବୁବେଳେ ଖାଇବା ଭଲ ନୁହେଁ । ଏହାଦ୍ୱାରା ପରବର୍ତ୍ତି ସମୟରେ ମେଦବୃଦ୍ଧି ଓ ଡାଇବେଟିସ୍ ଭଳି ସମସ୍ୟା ଦେଖାଦିଏ । ତେଣୁ ଚିନି ତିଆରି ମିଠା କମ୍ ଖାଇବା ଭଲ ।


-ଗୁଡରେ ତିଆରି ମିଠା ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ଭଲ ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close