ଧର୍ମବେଶେଷ

ତଳେବସି ଖାଇଲେ ଅଭାବ ଦୂର ହୁଏ

ଏବେ ବିବାହ ବ୍ରତ କୁହନ୍ତୁ ଅବା ବଣଭୋଜି ଲୋକେ ଆଉ ତଳେ ବସି ଖାଇବାକୁ ଭଲ ପାଉ ନାହାଁନ୍ତି। ଠିଆହୋଇ ଅବା ବୁଲିବୁଲି ଖାଇବାକୁ ଅନେକେ ପସନ୍ଦ କରୁଛନ୍ତି। କିନ୍ତୁ ଏହା ଯେ ଶରୀର ପାଇଁ କ୍ଷତିକାରକ ତାହା ଆମେ ଭୁଲି ପକାଉଛୁ। କିନ୍ତୁ ଶାସ୍ତ୍ରରେ ତଳେ ବସି ଖାଇବାକୁ ଗୁରୁତ୍ୱ ଦିଆଯାଇଛି। ତଳେ ବସି ଖାଦ୍ୟ ଖାଇଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି। ଫଳରେ ସୌଭାଗ୍ୟ ବଢ଼େ ବୋଲି ଲକ୍ଷ୍ମୀପୁରାଣରେ ଉଲ୍ଲେଖ ରହିଛି। ତେବେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏପରି ଖାଇବା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ। ପେଟରେ ଚର୍ବି ପରିମାଣ ବଢି ନ ଥାଏ ବୋଲି ଚିକିତ୍ସା ବିଜ୍ଞାନୀ ମତ ଦେଇଥାନ୍ତି। ଭୂମି ଉପରେ ବସି ଖାଇଲେ ଶୀଘ୍ର ବାର୍ଦ୍ଧକ୍ୟ ଆସେ ନାହିଁ। ତଳେ ବସି ଖାଇବା ଦ୍ୱାରା ଶରୀରର ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦୂର ହୁଏ। ଏହାର ସକାରାତ୍ମକ ପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡ଼େ। ମସ୍ତିଷ୍କ ସକ୍ରିୟ ରହିବାରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ। ଏହାଦ୍ୱାରା ଶରୀରରେ ପାଚନ କ୍ରିୟା ସ୍ବାଭାବିକ ଭାବେ ହୋଇଥାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close