ଅପରାଧଆଞ୍ଚଲିକ

ଝୁମ୍ପୁରାରେ ଡବଲ୍ ମର୍ଡର

କେନ୍ଦୁଝର,୧୪/୧୧: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟାକରି ଦୁର୍ବୃତ୍ତମାନେ ମାଟିତଳେ ପୋତି ଦେଇଛନ୍ତି। ଝୁମ୍ପୁରା ଥାନା ଅନ୍ତର୍ଗତ ଏ କାସିପାଳ ଜଙ୍ଗଲର ଦୁଇଟି ସ୍ଥାନରେ ଦୁଇଟି ମୃତଦେହ ପୋତା ଯାଇଥିବା ଜଣାପଡ଼ିଛି। ମୃତଦେହ ଦେଖି ଛେଳି ଚରାଳି ଗାଁ’ରେ ଖବର ଦେଇଥିଲେ। ସୂଚନାନୁଯାୟୀ, ଗତ ଶୁକ୍ରବାର ପାଟବିଲା ଗ୍ରାମର ବୁଦ୍ଧଦେବ ମହାକୁଡ଼ ଓ ତାଙ୍କ ସ୍ତ୍ରୀ ମାଳତୀ ମହାକୁଡ଼ ହାଟକୁ ଯାଇ ଆଉ ଘରକୁ ଫେରିନଥିଲେ। ବହୁ ଖୋଜା ଖୋଜି ପରେ ଗତକାଲି ମୃତ ବୃଦ୍ଧଦେବଙ୍କ ପୁଅ କାର୍ତ୍ତିକା ମହାକୁଡ଼ ଘଟଣାସ୍ଥଳରେ ପହଞ୍ଚି ମାଟିତଳେ ମୃତଦେହ ପୋତାଯାଇଥିବା ଦେଖିଥିଲେ। ଏହାପରେ ସେ ପୋଲିସକୁ ଖବର ଦେଇଥିଲେ। ଆଜି ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାଜିଷ୍ଟ୍ରେଟ୍ ପହଞ୍ଚିବା ପରେ ମାଟି ଖୋଳାଯାଇ ମୃତଦେହ ଉଦ୍ଧାର କରାଯିବ। ହତ୍ୟାକାଣ୍ଡ ପଛରେ ଜମିଜମା ବିବାଦ ଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close