ବାସ୍ତୁ

ଠାକୁର ଘରେ ରଖନ୍ତୁ ନାହିଁ ଶନି ଦେବତାଙ୍କ ମୂର୍ତ୍ତି

ଠାକୁର ଘରେ ଅବା ଘର ଭିତରେ ଏମିତି କିଛି ମୂର୍ତ୍ତ ରଖନ୍ତୁ ନାହିଁ ଯାହା ଘର ପ୍ରତି ବିପଦ ଟାଣି ଆଣିବ। ତେବେ କ’ଣ ସେସବୁ ମୂର୍ତ୍ତି ଥରେ ଜାଣି ରଖିଲେ ଭଲ….

-ଜ୍ୟୋତିଷ ଶାସ୍ତ୍ର ଓ ହିନ୍ଦୁ ଧର୍ମ ଅନୁଯାୟୀ, ଭଗବାନ ଶିବଙ୍କ ଅବତାର ଭୈରବ ଦେବତା, ନଟରାଜ, ଶନି ଦେବତା ଓ ରାହୁ-କେତୁଙ୍କ ମୂର୍ତ୍ତି ପୂଜା ଘରେ ରଖିବା ଉଚିତ ନୁହେଁ। ଏମାନଙ୍କ ମୂର୍ତ୍ତି ଠାକୁର ଘରେ ରଖିଲେ ନକାରତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିଥାଏ ବୋଲି କୁହାଯାଏ।
-ଅନେକ ଲୋକଙ୍କ ଘରେ ଦେଖିବାକୁ ମିଳିଥାଏ ଯେ ଠାକୁର ଘରେ ଗୋଟିଏ ଭଗବାନଙ୍କର ଅନେକ ଫଟୋ ବା ମୂର୍ତ୍ତି ରହିଥାଏ। ଏଭଳି କରିବା ଉଚିତ୍ ନୁହେଁ। ଏଭଳି କଲେ ଘରର ସଦସ୍ୟଙ୍କୁ ଦୁର୍ଭାଗ୍ୟର ଶିକାର ହେବାକୁ ପଡ଼େ।
-ମନେ ରଖନ୍ତୁ ଠାକୁର ଘରେ ଭଗବାନଙ୍କ ମୂର୍ତ୍ତିକୁ ସବୁବେଳେ ଏମିତି ରଖିବେ ଯେପରି ଭଗବାନଙ୍କ ପିଠି ଦେଖାଯିବ ନାହିଁ। ନଚେତ ତାହା ଘର ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ।
-ଠାକୁର ଘରେ କେବେ ହେଲେ କୌଣସି ଖଣ୍ଡିତ ମୂର୍ତ୍ତି ରଖନ୍ତୁ ନାହିଁ। କାରଣ ମୂର୍ତ୍ତି ଖଣ୍ଡିତ ଅବସ୍ଥାରେ ଠାକୁର ଘରେ ରହିଲେ ପୂଜା ସମ୍ପନ୍ନ ହୁଏ ନାହିଁ କି ପୂଜାର ଫଳ ମିଳେନାହିଁ।
-ଘର ମନ୍ଦିରରେ ଭଗବାନଙ୍କ ଠିଆ ହେବା ମୂର୍ତ୍ତି ରଖିବା ଅପେକ୍ଷା ଭଗବାନଙ୍କର ବସିଥିବା ଅବସ୍ଥାରେ ଫଟୋ କିମ୍ବା ମୂର୍ତ୍ତି ରଖିଲେ ଅଧିକ ସୁଫଳ ମିଳିଥାଏ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Close
Close