ଜୀବନଚର୍ଯ୍ୟା

ବର୍ଷା ଦିନେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

ବର୍ଷାଦିନେ ମୁଖ୍ୟତଃ ଖାଦ୍ୟପେୟରେ ଧ୍ୟାନ ନଦେଲେ ଅନେକ ସଂକ୍ରମଣ ରୋଗ ହୋଇଥାଏ। କାରଣ ପାଣିପାଗ ପରିବର୍ତ୍ତନ ସାଙ୍ଗକୁ ଖାଦ୍ୟକୁ ନେଇ ଅନେକ ସଂକ୍ରାମକ ରୋଗ ହୋଇଥାଏ। ତେବେ ଏନେଇ ବାହାର ଜିନିଷ ବା ଖାଦ୍ୟଠାରୂ ଦୂରେଇ ରହିବା ଉଚିତ। ଏଥିସହ ଘରୋଇ ଖାଦ୍ୟରେ ଧ୍ୟାନ ଦେବା ଆବଶ୍ୟକ। ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ବର୍ଷାଦିନେ ଖାଇବାଲେ ଆମ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ତେବେ ଆସନ୍ତୁ ସେହି ଖାଦ୍ୟ ବିଷୟରେ ଜାଣିବା……..

ବାସିଖାଦ୍ୟ: ବାସି ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ବର୍ଷା ଋତୁରେ ହ୍ୟୁମିଡିଟି ବହୁତ ଅଧିକ ରହିଥାଏ। ଯାହା ଦ୍ୱାରା ରାତିର ବଳକା ଖାଦ୍ୟ ୬ ଘଣ୍ଟାରେ ଖରାପ ହୋଇଯାଏ। ଯାହାକୁ ଖାଇଲେ ଦେହ ଖରାପ ହୋଇଥାଏ।

ଶାଗ: ବର୍ଷା ଦିନେ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । କାରଣ ବର୍ଷା ଦିନେ ଶାଗରେ ସାଧାରଣତଃ ପୋକ ହୋଇଥାଏ । ଆଉ ଏହି ପୋକ ବିଭିନ୍ନ ରୋଗର କାରଣ ସାଜିଥାଏ । ସେଥିପାଇଁ ଯଥା ସମ୍ଭବ ଶାଗ ଖାଆନ୍ତୁ ନାହିଁ ।

ଚାଟ୍: ରାସ୍ତା କଡ଼ରେ ବିକ୍ରି ହେଉଥିବା ଲୋକପ୍ରିୟ ଖାଦ୍ୟ ହେଉଛି ଚାଟ୍। ଏହାକୁ ସଂଧ୍ୟାବେଳେ ସମସ୍ତେ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି।ତେବେ ଏଥିରେ ବ୍ୟବହାର କରାଯାଉଥିବା ଦହି ଏବଂ ପାଣି ଯୋଗୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ।

ମାଛ: ବର୍ଷା ଋତୁରେ ଆସିଲେ ପୋଖରୀରେ ମାଛ ଭର୍ତ୍ତି ହୋଇଯାଆନ୍ତି। ଏହି ଋତୁ ହେଉଛି ମାଛ ଓ ଚିଙ୍ଗୁଡ଼ିମାନଙ୍କ ପ୍ରଜନନ ସମୟ। ତେବେ ବର୍ଷା ଦିନରେ ସମୁଦ୍ର ମାଛ ଖାଇବା କ୍ଷତିକାରକ ହୋଇଥାଏ। ତେଣୁ ଆପଣ ସଜ ମାଛ ଖାଇପାରିବେ।

ଛଣା ଖାଦ୍ୟ: ବର୍ଷା ଦିନେ ସମସ୍ତେ ଛଣାଛଣି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ଘରେ ତିଆରି କରନ୍ତି ନହେଲେ ବାହାରୁ କିଣି ଖାଆନ୍ତି। କିନ୍ତୁ ବର୍ଷା ଦିନେ ତେଲ ଛଣା ଜିନିଷ ଖାଇଲେ ପେଟ ସମସ୍ୟା ଦେଖାଯାଏ। ଯାହାକି ମଇଦା, ଆଳୁ ମସଲା ତଥା ତେଲରେ ଛଣା ହୋଇଥିବା ସ୍ୱାଦିଷ୍ଠ ସିଙ୍ଗଡା ଏସିଡ଼ିଟି ଓ ଗ୍ୟାସ୍ ସମସ୍ୟା ଥିବା ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ।

ଦହି ଓ କ୍ଷୀର: ଏହି ଋତୁରେ ଦହି ତଥା କ୍ଷୀର ଜାତୀୟ ଖାଦ୍ୟ ଦ୍ରବ୍ୟ ଅତ୍ୟନ୍ତ ସତର୍କତାର ସହିତ ଖାଇବା ଉଚିତ। ଏଥିସହ କଫ ହେଉଥିବା ଲୋକେ ଅଧିକ ସତର୍କ ରହିବା ଜରୁରୀ ଅଟେ।

ଜୁସ୍: ଜୁସ୍ ପିଇଲେ ତାହା ଠିକ୍ ଭାବେ ବର୍ଷା ଋତୁରେ ହଜମ ହୋଇନଥାଏ। ଅନେକ ସ୍ଥାନରେ ପଚାଶଢ଼ା ଫଳକୁ କାଟି ବହୁ ସମୟ ଧରି ରଖି ପରେ ଜୁସ୍ ପ୍ରସ୍ତୁତ କରିଥାନ୍ତି। ଯାହାକୁ ପିଇବା ବିପଦଜନକ ହୋଇଥାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close