ଆଞ୍ଚଲିକରାଜନିତୀ

ବିଜେପିକୁ ଫେରିବେ ଦିଲ୍ଲୀପ!

ରାଉରକେଲା,୧୨/୪: ନିର୍ବାଚନ ନିକଟତର ହେବା ସହ ପ୍ରାୟତଃ ସମସ୍ତ ନେତା ନିଜ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମାତ୍ର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ସତ୍ୱେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଅଦ୍ୟାବଧି ନିରବତା ବଜାୟ ରଖିଛନ୍ତି। କେତେବେଳେ ସେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ତ କେତେବେଳେ ପୁଣି ବିଜେପିକୁ ଫେରିବା ନେଇ ଆଲୋଚନା ଜୋର ଧରୁଛି। ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀପ କୃତଜ୍ଞତା ଜଣାଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରାଉରକେଲାରେ ଆଇଜିଏଚ୍‌ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରକଳ୍ପ କାର୍ଯ୍ୟ ଓ ବ୍ରାହ୍ମଣୀ ନଦୀରେ ୨ୟ ସେତୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାର କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ଜରିଆରେ ସେଲ୍‌ ଦ୍ୱାରା ଏହି କାମ ଆରମ୍ଭ କରାଇଥିବା ଦିଲ୍ଲୀପ ଜଣାଇଛନ୍ତି। ତେଣୁ ପୁଣି ଥରେ ଦିଲ୍ଲୀପ ବିଜେପିକୁ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଇଜିଏଚ୍ ପାଇଁ କେନ୍ଦ୍ର ପ୍ରଥମ ପର୍ଯ୍ୟାୟରେ ୧୦୫ କୋଟି ୭୫ ଲକ୍ଷ୍ୟ ଟଙ୍କା ଯୋଗାଇ ଦେଇଥିବାବେଳେ ଜାତୀୟ କୋଠା ନିର୍ମାଣ ନିଗମ କାମ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପାଇଥିବା ଦିଲ୍ଲୀପ କହିଛନ୍ତି। ଅବଶିଷ୍ଟ ଟଙ୍କା ଖୁବ୍‌ ଶୀଘ୍ର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ପ୍ରତିଶ୍ରୁତି ମଧ୍ୟ ଦେଇଛି। ସେପଟେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାମ ୨୦୨୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଦିଲୀପ ଜଣାଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବକୁ ନେଇ ଦିଲ୍ଲୀପ ବିଜେପିରୁ ଇସ୍ତଫା ଦେଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close