ଖେଳଦେଶ ବିଦେଶ

ଧୋନିଙ୍କ ଅବସର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ,୧୮/୭: ବିଶ୍ୱକପ୍ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏବେ ଏଥିରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଧୋନି ଏତେଶୀଘ୍ର ସନ୍ନ୍ୟାସ ନେବେନାହିଁ ବୋଲି ଏବେ ଖବର ମିଳିଛି। ଧୋନି ଆହୁରି ଖେଳନ୍ତୁ ବୋଲି ଭାରତୀୟ ଅଧିନାୟକ ବିରାଟ୍ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଚାହୁଁଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଭାରତୀୟ ଅଧିନାୟକ ଓ ମୁଖ୍ୟ କୋଚ ଧୋନି କ୍ରିକେଟ୍ ଖେଳିବା ଜାରି ରଖନ୍ତୁ ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଆସନ୍ତାବର୍ଷ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଆଇପିଏଲ୍ ଖେଳିବେ ବୋଲି ଧୋନି ପୂର୍ବରୁ କହିସାରିଛନ୍ତି। ତେଣୁ ସେ ୨୦୨୦ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିବା ନେଇ ଏଥିରୁ ସ୍ପଷ୍ଟ ହେଉଛି। ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲ୍ ମୁକାବିଲା ଧୋନିଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ଧୋନିଙ୍କ ମାତାପିତା ମଧ୍ୟ ତାଙ୍କୁ ଅବସର ନେବାପାଇଁ ପରାମର୍ଶ ଦେଇଥିଲେ। ତେବେ ଆହତ କାରଣରୁ ଧୋନି ୱେଷ୍ଟଇଣ୍ଡିଜ୍ ଗସ୍ତ କରିପାରିବେ ନାହିଁ ବୋଲି ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close