ଖେଳ

ଟି-୨୦ରେ ପ୍ରଥମ ଫିଲ୍ଡର ଭାବେ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ହେଲେ ଡେଭିଡ ମିଲର

କେପ୍‌ ଟାଉନ,୨/୨: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ମିଲର ଟି୨୦ ଫର୍ମାଟରେ ପ୍ରଥମ ଫିଲ୍ଡର ଭାବେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି। କେପ୍‌ ଟାଉନରେ ଶକୁବ୍ରାର ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟି-୨୦ରେ ସେ ୪ କ୍ୟାଚ୍‌ ନେବା ସହ ଦୁଇଜଣଙ୍କୁ ରନ୍‌ଆଉଟ୍‌ କରିଥିଲେ। ୧୯୩ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନର ବାବର ଆଜାମ(୩୮) ଓ ମହମ୍ମଦ ରିଜୱାନ(୨)ଙ୍କୁ ମିଲର ରନ୍‌ ଆଉଟ୍‌ କରିଥିଲେ। ପରେ ପରେ ଆସିଫ ଅଲି(୧୩), ଇମାଦ ୱାସିମ(୪), ହାସନ ଅଲି(୧୧) ଓ ଅଧିନାୟକ ସୋଏବ ମଲିକ(୪୯)ଙ୍କ କ୍ୟାଚ୍‌ ଧରିଥିଲେ। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକୀୟ ଫିଲ୍ଡର ଭାବେ ଏଥିପୂର୍ବରୁ କୌଣସି କେହି ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରି ନ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close