ଦେଶ ବିଦେଶ

ପ୍ରକୃତି ରଚୁଛି ତାଣ୍ଡବ: ବନ୍ୟାଜନିତ ମୃତ୍ଯୁସଂଖ୍ୟା ୧୭୩ ଛୁଇଁଲା, ଭୂସ୍ଖଳନରେ ଗଲା ୯ ଜୀବନ

ନୂଆଦିଲ୍ଲୀ,୧୩/୮: ଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁଁ ବହୁ ଧନଜୀବନ ହାନି ହୋଇଛି। ପ୍ରକୃତି ଏକପ୍ରକାର ତାଣ୍ଡବ ରଚୁଥିବାବେଳେ ମଙ୍ଗଳବାର ଜମ୍ମୁ-କଶ୍ମୀର ଓ ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୯ ଜଣ ପ୍ରାଣ ହରାଇଥିବାବେଳେ ୧୫ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଅନ୍ୟପକ୍ଷରେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଓ ଗୁଜରାଟରେ ବନ୍ୟା ବିଭୀଷିକା ଜାରି ରହିଛି। ଏହି ୪ ରାଜ୍ୟରେ ବନ୍ୟା ଯୋଗୁ ଅଦ୍ୟାବଧି ୧୭୩ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ଏବେ ବି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବା ପାଇଁ ଉଦ୍ୟମ ଜାରି ରହିଛି। ବନ୍ୟା ଯୋଗୁଁ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ସୂଚନାନୁଯାୟୀ, ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଚାମୋଲି ଜିଲ୍ଲାରେ ଆଜି ଭୟଙ୍କର ଭୂସ୍ଖଳନ ହୋଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ୯ ମାସର ଶିଶୁକନ୍ୟା ରହିଛନ୍ତି। ଚୁଫଲାଗଡ଼ ନଦୀରୁ ବନ୍ୟା ଜଳ ହଠାତ୍‌ ସ୍ଥଳଭାଗକୁ ଚାଲି ଆସିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିଭଳି ଜମ୍ମୁ-କଶ୍ମୀରର ରେସାଇ ଜିଲ୍ଲାରେ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close