ଆଞ୍ଚଲିକ

‘ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ’

ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୧୧: ବିଧାନସଭାରେ ଗୁରୁବାର ପୁଣି ନାରୀ ସୁରକ୍ଷା ପ୍ରସଙ୍ଗ ଉଠିଛି। ଗୃହ ମଧ୍ୟଭାଗରେ କଂଗ୍ରେସ ଓ ବିଜେପି ବିଧାୟକ ନାରାବାଜି କରିଥିଲେ। ଏଥିସହ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ କଂଗ୍ରେସ ଦାବି କରିଥିଲା। ବାଚସ୍ପତିଙ୍କ ପୋଡ଼ିୟମ ଆଗରେ ବିରୋଧୀ ଦଳର ସଦସ୍ୟମାନେ ପ୍ରବଳ ହୋହଲ୍ଲା କରିବା ସହ ସ୍ମତାରାଣୀଙ୍କ ମୃତ୍ୟୁ ମାମଲା ଉଠାଇଥିଲେ। ତେବେ ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଉତ୍ତର ରଖିଥିଲେ। ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଦଉଡ଼ି ଦେଇଥିବାରୁ ତାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି। ଶବ ବ୍ୟବଚ୍ଛେଦର ସମ୍ପୂର୍ଣ୍ଣ ଭିଡ଼ିଓ ରେକଡ଼ିଂ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିି। ସୂଚନାଯୋଗ୍ୟ, ଗତକାଲିଠୁ ବିଧାନସଭାରେ ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close