ଆଞ୍ଚଲିକ

ନଦୀଘାଟରୁ କପଡ଼ାରେ ଗୁଡ଼ାହୋଇଥିବା ମୃତଦେହ ଉଦ୍ଧାର

ବୌଦ୍ଧ,୧୨/୯: ବୌଦ୍ଧ ଜିଲ୍ଲାରେ ପ୍ରବାହିତ ତେଲ ନଦୀଘାଟରୁ କପଡ଼ାରେ ଗୁଡ଼ା ହୋଇଥିବା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କମଘାଟ ଗାଁ’ନଦୀ ଘାଟରୁ ପୋଲିସ ଏହି ମୃତଦେହ ଉଦ୍ଧାର କରିଛି। ଏଥିସହ ଘଟଣାର ତଦନ୍ତ ଜାରି ରହିଛି। ସୂଚନାନୁଯାୟୀ, କମଘାଟ ଗାଁ’ ନଦୀଘାଟରେ ଜଣଙ୍କର ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ମୃତଦେହଟି ଏକ କପଡାରେ ଗୁଡାଯାଇଥିବାରୁ ହତ୍ୟା ପରେ ମୃତଦେହକୁ କେହି ଫୋପାଡି ଦେଇଥିବା ଅନୁମାନ କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close