ଦେଶ ବିଦେଶବାଣିଜ୍ୟ

ନିଖୋଜ ସିସିଡି ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ,୩୧/୭: ନିଖୋଜ ଥିବା ‘କାଫେ କଫି ଡେ’(ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ସେ ସୋମବାରଠାରୁ ନିଖୋଜ ଥିଲେ। ତେବେ ଦୁଇଦିନ ପରେ ଆଜି କର୍ଣ୍ଣାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ସକାଳ ୬ଟା ୩୦ରେ ସିଦ୍ଧାର୍ଥଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ବ୍ୟବସାୟରେ କ୍ଷତି ହେଉଥିବା ବେଳେ ବାରମ୍ୱାର ଇନ୍‌କମ୍‌ ଟ୍ୟାକ୍ସ ବିଭାଗର ଚଢ଼ଉ ଯୋଗୁ ସେ ଆତ୍ମହତ୍ୟା କରିଥିବା ଏକ ଚିଠିରୁ ଜଣାପଡ଼ିଛି। ନେତ୍ରବତୀ ବ୍ରିଜ୍‌ରୁ ସିଦ୍ଧାର୍ଥ ନିଖୋଜ ହୋଇଥିବାରୁ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ ପ୍ରଥମରୁ ସନ୍ଦେହ କରିଥିଲା। ଏହାପରେ ଉଭୟ ପୋଲିସ ଏବଂ ତଟରକ୍ଷା ବାହିନୀ କର୍ମଚାରୀଙ୍କ ଉଦ୍ୟମରେ ନେତ୍ରବାଦୀ ନଦୀରୁ ସିଦ୍ଧାର୍ଥଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏ ନେଇ ଦକ୍ଷିଣ କନ୍ନଡର ଡେପୁଟି କମିଶନର ଶଶିକାନ୍ତ ସେନଥିଲ ସୂଚନା ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close