ଆଞ୍ଚଲିକରାଜନିତୀ

ବିଜେପି ଛାଡ଼ିଲେ ଦାମ

ଭୁବନେଶ୍ୱର,୧୬/୧୦: ଶେଷରେ ବିଜେପି ଶିବିରକୁ ବାଏ ବାଏ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ଦଳରେ ତାଙ୍କୁ କୌଣସି ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ସେ ବିଜେପିରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ରାଉତ ତାଙ୍କର ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। କିଛିଦିନ ପୂର୍ବରୁ ସେ ବିଜେପି ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଦଳ ପାଇଁ ଅଲୋଡ଼ା ହୋଇଯାଇଥିବା ପ୍ରକାଶ କରିଥିଲେ। ଏଥିସହ ପୁଅ ସମ୍ବିତ ରାଉତ ମଧ୍ୟ ବିଭିନ୍ନ ସମୟରେ ତାଙ୍କ ବାପା ବିଜେପିରେ ଖୁସି ନଥିବା ପ୍ରକାଶ କରିଥିଲେ। ଶ୍ରୀ ରାଉତ ଏହାକୁ ଏଡ଼ାଇ ଯାଉଥିଲେ ମଧ୍ୟ ତାହା ସତ ପ୍ରମାଣିତ ହୋଇଛି। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ରାଉତଙ୍କୁ ବିଜେଡି ବହିଷ୍କାର କରିଥିଲା। ତେବେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଉଥିବା ଦାମ ସ୍ପଷ୍ଟ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close