ଆଞ୍ଚଲିକ

ଓଡିଶାରେ ‘ବୁଲବୁଲ’ର ତାଣ୍ଡବ

ଭୁବନେଶ୍ୱର,୯/୧୧: ଅତି ଭୟଙ୍କର ରୂପ ନେଉଛି ବାତ୍ୟା ବୁଲବୁଲ। ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ବୁଲବୁଲ ବର୍ତ୍ତମାନ ପାରାଦୀପଠାରୁ ୯୫କିଲୋମିଟର ଦୂରରେ ରହିଛି। ତେବେ ଏହା ଘଣ୍ଟାପ୍ରତି ୧୩କିମି ବେଗରେ ଗତି କରୁଛି। ଆଜି ଅପରାହ୍ନ ୫ରୁ ରାତି ୧୦ଟା ଭିତରେ ବୁଲବୁଲ ଲ୍ୟାଣ୍ଡଫଲ କରିପାରେ ବୋଲି ଏସଆରସି ସୂଚନା ଦେଇଛନ୍ତି। ବୁଲବୁଲ ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କରିଛି। ଯାହା ଫଳରେ ଆଉ ୪ରୁ ୫ଘଣ୍ଟା ଯାଏଁ ବର୍ଷା ଜାରି ରହିବ ବୋଲି ସୂଚନା ମିଳିଛି। ତେବେ ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକରେ ବର୍ଷାର ପରିମାଣ ବଢ଼ିପାରେ। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି। ଅନ୍ୟପଟେ ଧାମରାରେ ଘଣ୍ଟା ପ୍ରତି ୧୧୦କିମି ବେଗରେ ପବନ ବହୁଛି। ପାରାଦୀପ, ରାଜନଗର,ଚାନ୍ଦବାଲି, ବାସୁଦେବପୁରରେ ଗଛ ଉପୁଡ଼ିଥିବା ଯାହା ସୂଚନା ମିଳିଛି। ସେହିପରି ଅଢ଼େଇ ହଜାର ଲୋକଙ୍କୁ ସ୍ଥାନାନ୍ତର ମଧ୍ୟ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close