ଅପରାଧଆଞ୍ଚଲିକ

ଧରାପଡ଼ିଲା ସାଇକୋ କିଲର

କଟକ,୨୯/୭: ଶେଷରେ ପୋଲିସ ହାତରେ ଧରାପଡ଼ିଛି ସାଇକୋ କିଲର। କିଛିଦିନ ଧରି କଟକରେ ଆତଙ୍କ ଖେଳାଇଆସୁଥିବା ସାଇକୋ କିଲର ଧରାପଡ଼ିଥିବା ନେଇ ଏକ ପ୍ରେସମିଟରେ କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ସନ୍ଦିଗ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ନାରାୟଣ ସାହୁ। ଗତ ୨୪ ତାରିଖଠାରୁ ଘଟିଥିବା ହତ୍ୟା ଘଟଣା ପଛରେ ଏହି ବ୍ୟକ୍ତିର ହାତ ଥିବା ନେଇ ସନ୍ଦେହ କରାଯାଉଥିବା ଡିସିପି କହିଛନ୍ତି। ତେବେ ସେ ସାଇକୋ କିଲର୍‌ କି ନୁହେଁ, ତାହା ସ୍ପଷ୍ଟ ହୋଇନି। ଏଥିସହ ସାଇକୋ କିଲରକୁ ଧରିବା ପାଇଁ ପୋଲିସ ପକ୍ଷରୁ ୫ଟି ଟିମ୍ ଗଠନ କରାଯାଇଥିବା ଡିସିପି ପ୍ରକାଶ କରିଛନ୍ତି। ଉକ୍ତ ଟିମ ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ପୁରୀ ଓ କଟକରେ ଛାନଭିନ୍ ଚଳାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close