ଦେଶ ବିଦେଶରାଜନିତୀ

କଂଗ୍ରେସ ନେତା ଶିବ କୁମାର ଗିରଫ

ବେଙ୍ଗାଲୁର,୩/୯: କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଶିବ କୁମାର ଗିରଫ ହୋଇଛନ୍ତି। ବେଆଇନ ଟଙ୍କା କାରବାର ମାମଲାରେ ତାଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ଏହା ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ କଂଗ୍ରେସ ନେତା ଶିବକୁମାରଙ୍କୁ ଗିରଫ କରାଯାଇଛି। ତେବେ ଗତ ଚାରି ଦିନ ଧରି ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ତାଙ୍କୁ ଜେରା କରୁଥିଲେ। ପରେ ଅନୁସନ୍ଧାନରେ ସେ ସହଯୋଗ କରୁ ନଥିବା ଅଭିଯୋଗ ହୋଇଥିଲା। ଏଥିସହ ଏଚ୍‌ଡି କୁମାର ସ୍ୱାମୀଙ୍କର ସରକାର ଥିବା ସମୟରେ ଶିବ କୁମାର ମନ୍ତ୍ରୀ ଥିଲେ। ସେହିପରି ସେ କର୍ଣ୍ଣାଟକ ହାଇକୋର୍ଟରେ ମଧ୍ୟ ତାଙ୍କ ବିରୋଧରେ ଥିବା ମାମଲାକୁ ରଦ୍ଦ କରିବା ସହ ଗିରଫ ନ ହେବା ପାଇଁ ଜାମିନ ଆବେଦନ କରିଥିଲେ। ଏହାକୁ ଅଦାଲତ ଖାରଜ କରି ଦେଇଥିଲେ। ପରେ ତାଙ୍କୁ ଦିଲ୍ଲୀରେ ହାଜର ହେବା ପାଇଁ ସମନ କରାଯାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close