ଖେଳଦେଶ ବିଦେଶ

ଟିମ୍‌ ଇଣ୍ଡିଆରେ ବିବାଦ: ବିରାଟଙ୍କୁ ବିରୋଧ!

ମୁମ୍ବାଇ,୨୩/୭: ଭାରତୀୟ କ୍ରିକେଟ୍ ଟିମ୍ ଆସନ୍ତା ମାସରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଉଥିବାବେଳେ ଏହି ଗସ୍ତ ପୂର୍ବରୁ ଟିମରେ ବିବାଦ ଥିବା ନେଇ ଚର୍ଚ୍ଚା ହେଉଛି। ଅଧିନାୟକତ୍ବକୁ ନେଇ ଏହି ବିବାଦ ଦେଖାଦେଇଥିବା ଆଲୋଚନା ହେଉଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତୀୟ ଟିମରେ ଖେଳାଳିଙ୍କ ମଧ୍ୟରେ ତାଳମେଳ ଠିକ୍ ନାହିଁ। ଅଧିନାୟକ ବିରାଟ କୋହଲି ଏବଂ ଉପ-ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଗତ ବିଶ୍ବକପ୍ ସମୟରେ ହିଁ ଉଭୟଙ୍କ ମଧ୍ୟରେ କିଛି ଠିକ୍ ନଥିଲା। ଏ ଖବରକୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଚପାଇବା ପାଇଁ ବହୁ ଉଦ୍ୟମ କରିଥିଲା। ମାତ୍ର ବିଶ୍ବକପ୍ ସେମିଫାଇନାଲରେ ଭାରତ ହାରିବା ପରେ ଏ ଖବର ଡ୍ରେସିଂ ରୁମରୁ ବାହାରି ବାହାରେ ଚର୍ଚ୍ଚା ହେବାରେ ଲାଗିଛି। ରିପୋର୍ଟ ଅନୁସାରେ ଭାରତୀୟ ଟିମ୍ ବିଶ୍ବକପରେ ଦୁଇ ଭାଗରେ ବିଭକ୍ତ ହୋଇ ଖେଳିଥିଲା। ଗୋଟିଏ ଗ୍ରୁପ ବିରାଟ କୋହଲିଙ୍କର ଥିବାବେଳେ ଅନ୍ୟଟି ରୋହିତ ଶର୍ମାଙ୍କର ଥିଲା। ରୋହିତ ଶର୍ମାଙ୍କ ଗ୍ରୁପର ଖେଳାଳିମାନଙ୍କୁ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ନିଷ୍ପତ୍ତି ପସନ୍ଦ ଆସୁନଥିଲା। ତେବେ ସେମିଫାଇନାଲରେ ହାରିବା ପରେ ରୋହିତ ଶର୍ମାଙ୍କ ଗ୍ରୁପ୍ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ମଧ୍ୟ କହିଥିଲେ। ବୋଲିଂ କୋଚ୍ ଭରତ ଅରୁଣ ମଧ୍ୟ ସ୍ବୀକାର କରିଥିଲେ ଯେ, କିଛି ଖେଳାଳି ଏକ ଟିମ୍ ଭାବେ କାମ କରୁଛନ୍ତି। ମାତ୍ର ବାଦ-ବିବାଦରେ ଏଭଳି ହୋଇଥାଏ ବୋଲି ସେ କହିଥିଲେ। ଏଥିସହ ବିଶ୍ବକପ୍ ପରେ ବିସିସିଆଇ ଆଗରେ ଟେଷ୍ଟ ପାଇଁ ଅଲଗା ଏବଂ ଏକଦିବସୀୟ ଓ ଟି-୨୦ ପାଇଁ ଅଲଗା ଅଧିନାୟକ ଚୟନ କରାଯିବା ପାଇଁ ଦାବି ଉଠିଥିଲା। ତେବେ ବିସିସିଆଇର କିଛି ଅଧିକାରୀ ରୋହିତ ଶର୍ମାଙ୍କୁ ଏକଦିବସୀୟ ଟିମର ଅଧିନାୟକ କରିବାକୁ ମଧ୍ୟ କହିବା ଆରମ୍ଭ କରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close