ଆଞ୍ଚଲିକ

ରୋଡ଼ରୋମିଓଙ୍କୁ ପିଟିଥିବା ଯୁବତୀଙ୍କୁ ସମ୍ମାନିତ କଲା କମିଶନେରେଟ୍‌ ପୋଲିସ

ଭୁବନେଶ୍ୱର,୧୦/୯: ରୋଡ଼ରୋମିଓଙ୍କୁ ଛେଚି ସମ୍ମାନିତ ହେଲେ ଯୁବତୀ। ରୋଡ଼ରୋମିଓଙ୍କୁ ମାରି ଚର୍ଚ୍ଚାକୁ ଆସିଥିବା ବେବିନା ମହାନ୍ତିଙ୍କୁ କମିଶନେରେଟ୍‌ ପୋଲିସ ପକ୍ଷରୁ ମଙ୍ଗଳବାର ସମ୍ମାନିତ କରାଯାଇଛି। ତେବେ ଦୁଇ ପୁଅଙ୍କ ବିରୋଧରେ ଲଢ଼ିଥିବାରୁ ପୋଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସାବାସି ଜଣାଇଛନ୍ତି। ଏଥିସହ ଆଗକୁ ବି ଏମିତି ସାହସିକତା ପ୍ରଦର୍ଶନ କରିପାରୁଥିବା ଝିଅଙ୍କୁ ସମ୍ମାନିତ କରିବୁ ବୋଲି ପୋଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସୂଚନା ଅନୁସାରେ, ସୋମବାର ଜିଜିପି କଲୋନୀ ଅଞ୍ଚଳରେ ବେବିନାଙ୍କୁ ଦୁଇ ଜଣ ଯୁବକ ପିଛା କରି ଅଶ୍ଳୀଳ କମେଣ୍ଟ କରିଥିଲେ। ଏନେଇ ଯୁବତୀ ଜଣକ ପ୍ରତିବାଦ ଜଣାଇବା ସହ ଯୁବକଙ୍କୁ କଡ଼ା ଜବାବ ଦେଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close