ଆଞ୍ଚଲିକରାଜନିତୀ

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ

ବିଜେପୁର,୧୭/୧୦: ବିଜେପୁର ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଗୁରୁବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲଉମୁଣ୍ଡାରେ ହେଲିକପ୍ଟର ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀ ହାଇଟେକ୍ ବସରେ ପ୍ରଥମେ ବିଜେପୁର ଓ ପରେ ଅପରାହ୍ଣରେ ବରପାଲିରେ ରୋଡ଼ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ଆଜିଠୁ ୨ଦିନ ଧରି ସେ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ’କୁ ସଫଳ କରିବା ପାଇଁ ବିଜେଡିର ବରିଷ୍ଠ ନେତାମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ତେବେ ଏହି ଦୁଇଦିନିଆ ପ୍ରଚାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୪୩ ସ୍ଥାନରେ ପଥପ୍ରାନ୍ତ ସଭାରେ ଉଦବୋଧନ ଦେବେ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ’କୁ ଟକ୍କର ଦେବାପାଇଁ ବିରୋଧୀ ଯୋଜନା କରିଛନ୍ତି। ବିଜେପି ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ସମ୍ଭାବନା ଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁର ରାଉତରାୟ ପ୍ରମୁଖ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close