ଆଞ୍ଚଲିକ

ଦୁଇ ସାହସୀ ବାଳକଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦/୯: ଦୁଇ ସାହସୀ ବାଳକଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାଜପୁର ଜିଲ୍ଲାର କୋରେଇ ନୋଡାଲ ହାଇସ୍କୁଲର ଦୁଇ ସାହସୀ ବାଳକଙ୍କୁ ଲୋକସେବା ଭବନରେ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର ତୋଷିଫ ରାଜା ଓ ମହମ୍ମଦ ସୋଏଵ ଅଖତରଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ଗଣେଶ ପୂଜାରେ ସ୍କୁଲ ପାଖ ପୋଖରୀରେ ୬ ବର୍ଷର ଶିଶୁ ଅବଦୁଲ ରୁମନ ଖାଁ ବୁଡିଯାଉଥିବା ବେଳେ ୨ ଛାତ୍ର ଉଦ୍ଧାର କରିଥିଲେ। ବୁଡିଯାଇଥିବା ଶିଶୁକୁ ଉଦ୍ଧାର କରିବା ସହ ପେଟ ଚିପି ପେଟରୁ ପାଣି ବାହାରି କରି ସୁସ୍ଥ କରିବା ସହ ତାଙ୍କ ଘରେ ଛାଡିଥିଲେ। ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧିତ ହେବା ପରେ ଉଭୟ ଛାତ୍ର ଖୁସି ଅନୁଭବ କରିଥିବା କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close