ଆଞ୍ଚଲିକ

୫ଜିଲ୍ଲାର ବନ୍ୟା ବିପନ୍ନଙ୍କୁ ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଘୋଷଣା

ଭୁବନେଶ୍ୱର,୧୪/୮: ୫ଟି ଜିଲ୍ଲାର ବନ୍ୟା ବିପନ୍ନଙ୍କୁ ୭ ଦିନ ପାଇଁ ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସପ୍ତାହେ ଧରି କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର ଓ ବଲାଙ୍ଗୀରରେ ବନ୍ୟା ପ୍ରଭାବିତଙ୍କୁ ରିଲିଫ ପ୍ରଦାନ କରାଯିବ। ସେହିପରି ଦୈନିକ ୬୦ ଟଙ୍କା ଲେଖାଏ ଦିଆଯିବ। ଏଥିସହ ପିଲାମାନଙ୍କୁ ଦୈନିକ ୪୫ ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ଭିଡିଓ କନଫେରେନ୍ସିଂରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ୧୫ ତାରିଖ ମହାନଦୀରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଏହାକୁ ନଜର ରଖି ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ ଏବଂ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close