ଖେଳ

ଆଇପିଏଲରୁ ବାଦ୍ ପଡ଼ିବେ ଗେଲ୍!

ମୁମ୍ବାଇ,୧୨/୪: ଆଇପିଏଲ ପ୍ରଶଂସକଙ୍କ ପାଇଁ ଏକ ଦୁଃସମ୍ବାଦ ମିଳିଛି। କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଓପନିଂ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଟୁର୍ନାମେଣ୍ଟରୁ ବାଦ ପଡିବା ନେଇ ଆଲୋଚନା ହେଉଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ୩୬ ବଲରେ ବିସ୍ଫୋରକ ୬୩ ରନର ଇନିଂସ୍ ଖେଳିଥିବାବେଳେ ଗେଲ୍ ଆହତ ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କର ଏହି ଇନିଂସ୍ ପରେ ମଧ୍ୟ ପଞ୍ଜାବ ଉକ୍ତ ମ୍ୟାଚରେ ୩ ୱିକେଟରେ ହାରିଯାଇଥିଲା। ଆହତ ହେବା କାରଣରୁ ଗେଲ୍ ଆଇପିଏଲରୁ ବାଦ ପଡ଼ିବାର ଆଶଙ୍କା ଦେଖାଦେଇଛି। ମୁମ୍ବାଇ ବିପକ୍ଷ ମ୍ୟାଚର ପଞ୍ଜାବ ଇନିଂସର ୧୩ତମ ଓଭରରେ ଗେଲ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଯନ୍ତ୍ରଣା ଅତ୍ୟଧିକ ହେବାସହ ପରବର୍ତ୍ତୀ ବଲରେ ସେ ଆଉଟ୍ ହୋଇଯାଇଥିଲେ। ପରେ ଗେଲ୍ ମୁମ୍ବାଇ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରିବାକୁ ଓହ୍ଲାଇନଥିଲେ। ଅପରପକ୍ଷରେ ଏ ନେଇ ପଞ୍ଜାବ କୋଚ୍ ଶ୍ରୀଧରନ୍ ଶ୍ରୀରାମ କହିଛନ୍ତି, ଗେଲଙ୍କ ଆହତ ସମସ୍ୟା କେତେ ଗୁରୁତର, ତାହା ଏବେ ଜଣାପଡ଼ି ନାହିଁ। ତେବେ ସେ ଅଧିକ ଯନ୍ତ୍ରଣା ଅନୁଭବ କଲେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ମ୍ୟାଚରୁ ବାଦ୍ ପଡ଼ିବେ ବୋଲି ସେ ସୂଚନା ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close