ଜୀବନଚର୍ଯ୍ୟା

ଶରୀର ପାଇଁ ‘ଚେରି’ ବେଶ ଲାଭଦାୟକ

ଚେରି ଏପରି ଏକ ଫଳ ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। ହେଲେ ଏହା ଅତ୍ୟଧିକ ମିଠା ହେଇଥିବାରୁ ଏହା ଖାଇଲେ ଶରୀରକୁ କ୍ଷତି ପହଞ୍ଚାଇଥାଏ ବୋଲି ଅନେକ ଭାବିଥାନ୍ତି। ହେଲେ ଏହା ଭାବିବା ଭୁଲ ଅଟେ। କାରଣ ଚେରିରେ ଏମିତି କିଛି ରହିଛି ଯାହା ଶରୀରକୁ କ୍ଷତି ନୁହେ ବରଂ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଏହାର ଉପକାରିତା ଜାଣନ୍ତୁ…

-ଚେରିକୁ ଖାଇଲେ ସହଜରେ ମୁହଁରେ ବାର୍ଦ୍ଧକ୍ୟପଣ ଆସିବାକୁ ଦିଏ ନାହିଁ। ନିୟମିତ ଚେରି ଖାଉଥିଲେ ସ୍କିନର ଉଜ୍ଜଳତା ହୋଇଥାଏ।
-ସକାଳେ ଓ ସନ୍ଧ୍ୟାରେ ଚେରି ଜୁସ୍ ପିଇଲେ ଭଲ ନିଦ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି।
-ହୃଦରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଏହାକୁ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ରହିଥାଏ।
-ଯଦି ଆପଣଙ୍କ ଶରୀରର ଓଜନ କମ କରିବାକୁ ଚାଁହୁଛନ୍ତି ତେବେ ଚେରି ଖାଆନ୍ତୁ। ଏହାକୁ ଖାଇ ଭୋକ ମେଣ୍ଟାଇ ପାରିବେ।
– ବର୍ଷାଦିନେ ଏହାକୁ ଖାଇଲେ ବେଶି ଫାଇଦା ମିଳିଥାଏ।
– ଏଥିରେ କାର୍ବୋହାଇଡ୍ରେଟ,ଭିଟାମିନ ଏ, ବି,ସି, ବିଟା କିରୋଟିନ୍, କ୍ୟାଲସିୟମ ଏବଂ ପୋଟାସିୟମ ଶରୀରକୁ ସୁସ୍ଥ ରଖିଥାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close