ଦେଶ ବିଦେଶ

କରୋନା ପ୍ରଭାବ: ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦଲ୍ଲୀ,୧୬/୩: କରୋନା ମୁକାବିଲା କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ବଡ଼ ନିଷ୍ପତ୍ତି ନିଆଯାଇଛି। କରୋନା ମୁକାବିଲା କରିବା ପାଇଁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ କେନ୍ଦ୍ର ସରକାର ବନ୍ଦ କରିଛନ୍ତି। ଏହା ସହିତ ଜିମ୍, ସିନେମା ହଲ୍, ସଂଗ୍ରହାଳୟ ଓ ସୁଇମିଂ ପୁଲ ବନ୍ଦ କରାଯାଇଛି। ଏହି ସବୁ ମାର୍ଚ୍ଚ ୩୧ଯାଏଁ ବନ୍ଦ ରହିବ। ସେହିପରି ଏବେ ଅନଲାଇନରେ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ। ୟୁଏଇ, ଓମାନ ଓ କୁୱେତରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲାଗୁ ମଧ୍ୟ ହୋଇଛି। ୧୪ଦିନ ଯାଏ ନିରୀକ୍ଷଣରେ ଯାତ୍ରୀ ରହିବେ ଏବଂ ଇୟୁ, ତୁର୍କୀ ଓ ୟୁକେରୁ ବିମାନରେ ଯାତ୍ରୀ ଆସିପାରିବେ ନାହିଁ। ଏହି ନିୟମ ମାର୍ଚ୍ଚ ୧୮ରୁ ଲାଗୁ ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close