ବିଜ୍ଞାନ

ଡେଙ୍ଗା ବ୍ୟକ୍ତିଙ୍କଠାରେ କ୍ୟାନସର ଆଶଙ୍କା ଅଧିକ

ଡେଙ୍ଗା ହେବାର ଅନେକ ଫାଇଦା ରହିଛି। ଉଚ୍ଚତା ଠିକ ଥିଲେ ବେକ୍ତିତ୍ୱର ପରିଭାଷାରେ ପରିବର୍ତ୍ତନ ଆସିଥାଏ। କିନ୍ତୁ ଗବେଷଣାରୁ ଜଣା ପଡିଛି, ଲମ୍ବା ଉଚ୍ଚତା ଫାଇଦା ଦେବାସହ କ୍ଷତି ମଧ୍ୟ ପହଞ୍ଚାଇଥାଏ। ଗବେଷଣା ଅନୁଯାୟୀ ଡେଙ୍ଗା ବେକ୍ତିଙ୍କୁ କ୍ୟାନସର ଆଶଙ୍କା ଅଧିକ ଥାଏ। ପୁରୁଷ ଏବଂ ମହିଳା ଉଭୟଙ୍କ ମଧ୍ୟରେ ସାମାନ୍ୟରୁ ୧୦ ସେମି ଅଧିକ ଉଚ୍ଚତା ଥିଲେ, ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାନସରରେ ଗ୍ରାସିତ ହେବା ସମ୍ଭାବନା ବଢ଼ିଯାଏ। ଡେଙ୍ଗା ବ୍ୟକ୍ତିଙ୍କ ଶରୀରରେ ଅଧିକ କୋଷିକାର ବିକାଶରେ ବାଧା ଉପୁଜିଲେ କ୍ୟାନସର ସୃଷ୍ଟି ହୁଏ। ଗବେଷଣା ମୁତାବକ ମହିଳାଙ୍କ ସାମାନ୍ୟ ଉଚ୍ଚତା ୫ ଫୁଟ ଏବଂ ପୁରୁଷଙ୍କ ୫ ଫୁଟ ୯ ଇଞ୍ଚ ଥାଏ। ଡେଙ୍ଗା ଲୋକଙ୍କ ମଧ୍ୟରେ ଅତ୍ୟଧିକ କୋଷିକା ଥିବାରୁ ତାର ବିକାଶ ଠିକ ଭାବେ ହୋଇପାରେ ନାହିଁ। ଫଳରେ ମୋଲେନୋମା ଆଶଙ୍କା ବଢ଼ିଥାଏ। ଏମାନଙ୍କଠାରେ ତ୍ବଚାଜନିତ ସମସ୍ୟା ମଧ୍ୟ ଅଧିକ ଦେଖାଦିଏ। ଅତ୍ୟଧିକ ଡେଙ୍ଗା ବ୍ୟକ୍ତିଙ୍କୁ କୋଲନ, କିଡ଼ନୀ ଏବଂ ଲିମ୍ଫୋମା କ୍ୟାନସର ଆଶଙ୍କା ଦେଖା ଦେଇଥାଏ। ଏଥିରୁ ବର୍ତ୍ତୀବାକୁ ହେଲେ ବ୍ୟାୟାମ ସାଙ୍ଗକୁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close