ଦେଶ ବିଦେଶରାଜନିତୀ

ପଦ ମିଳିବା ପୂର୍ବରୁ ପ୍ରତିଶ୍ରୁତି ଦେଲେ ୟେଦୁରପ୍ପା

ବେଙ୍ଗାଲୁର,୨୩/୭: କର୍ଣ୍ଣାଟକ ରାଜନୀତି ଉପରେ ସାରା ଦେଶରେ ନଜର ଥିବାବେଳେ ଶେଷରେ ଏହାର ଯବନିକା ପଡିଛି। ଆସ୍ଥା ଭୋଟରେ ହାରି ଯାଇଛି ଏଚ୍ ଡି କୁମାରସ୍ୱାମୀଙ୍କ ମେଣ୍ଟ ସରକାର। ମଙ୍ଗଳବାର ସନ୍ଧ୍ୟା ୭ଟା ୪୦ରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ହାତ ଛାଡି ଦେଇଛନ୍ତି ମେଣ୍ଟ ବିଧାୟକ। ରାଜ୍ୟପାଳଙ୍କୁ ସେ ତାଙ୍କ ଇସ୍ତଫାପତ୍ର ଦେବା ପୂର୍ବରୁ କିନ୍ତୁ ସ୍ୱପ୍ନ ଦେଖିବା ଆରମ୍ଭ କରିଛି ବିଜେପି। ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଥିବା ଆଲୋଚନା ହେଉଛି। ହେଲେ କିଛି ଆରମ୍ଭ ନହେଉଣୁ ୟେଦୁରପ୍ପା କହିଛନ୍ତି, ବିଜେପି କର୍ଣ୍ଣାଟକରେ ସ୍ଥାୟୀ ସରକାର ଗଢିବ ଓ ଚାଷୀଙ୍କୁ ଗୁରୁତ୍ୱ ଦେବ। ତାଙ୍କର ଆଗୁଆ ପ୍ରତିଶ୍ରୁତିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ହେଲେ ଏପର୍ଯ୍ୟନ୍ତ ଅଙ୍କ କଷା ହୋଇ ନଥିବାବେଳେ ଫଳାଫଳ କିନ୍ତୁ ଘୋଷଣା କରି ସାରିଲେଣି ୟେଦୁରପ୍ପା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close